
ତୁରେକେଲା, (କୈଳାଶ ସଗ୍ରିଆ) : ହିଆଲ ଗ୍ରା.ପ. ଅନ୍ତର୍ଗତ ଖୁଟୁଲୁମୁଣ୍ଡା ଗାଁର ଓଡ଼ିଶା ପୋଲିସ ବିଭାଗର ହାବିଲ୍ଦାର ବସନ୍ତ କୁମାର ସଗ୍ରିଆ(୬୩) ଗତକାଲି ଚିକିତ୍ସା ପାଇଁ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର କଣ୍ଟାବାଞ୍ଜିରେ ଭର୍ତ୍ତି ହୋଇଥିଲେ । ତେବେ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି । ସେ ପତ୍ନୀ ରଜନୀ ସଗ୍ରିଆ, ଦୁଇ ପୁଅ ଓ ଦୁଇ ଝିଅଙ୍କୁ ଛାଡ଼ି ଚାଲି ଯାଇଛନ୍ତି । ପୂର୍ବରୁ ମେଧୁମେହ, ଜଣ୍ଡିସ ଓ ଲିଭର୍ ରୋଗରେ ସେ ପୀଡ଼ିତ ଥିଲେ । ଶ୍ରୀ ସଗ୍ରିଆ ଜଣେ କଳାକାର ଭାବେ ଅଂଚଳରେ ବେଶ୍ ଜଣାଶୁଣା ଥିଲେ । ସେ ବଂଶୀ ଓ ଢୋଲକ ବାଦ୍ୟରେ ଧୁରନ୍ଧର ଥିଲେ । ତାଙ୍କ ବିୟୋଗରେ ସାରା ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।