ସ୍କୁଲ ଘର ଭାଙ୍ଗି ସଂଗୃହୀତ ସାମଗ୍ରୀ ବୋହିନେଲେ ସରପଞ୍ଚଙ୍କ ସ୍ୱାମୀ : ଜିଲ୍ଲାପାଳ ଓ ଶିକ୍ଷା ଅଧିକାରୀଙ୍କୁ ଜଣାଇଲେ ସ୍କୁଲ ପରିଚାଳନା କମିଟି

ବୌଦ୍ଧ, (ବଂଶୀଧର ମାଝୀ) : କୋରୋନା କାଳରେ ଶିକ୍ଷା ବ୍ୟବସ୍ଥା ଗଭୀର ଭାବେ ପ୍ରଭାବିତ ହୋଇପଡିଛି । କୋରୋନା ସଂକ୍ରମଣକୁ ଅଙ୍କୁଶ ଲଗାଇବା ପାଇଁ ସରକାର ବିଦ୍ୟାଳୟଗୁଡିକୁ ଅର୍ନିଧିଷ୍ଟ କାଳ ଯାଏଁ ବନ୍ଦ କରିଦେଇଛନ୍ତି ।ମାତ୍ର ଏଭଳି ଧର୍ମସଙ୍କଟ ଜନିତ ସମୟରେ ବୌଦ୍ଧ ଜିଲ୍ଲାର ଉପାନ୍ତ ଆଦିବାସୀ ଅଧୂଷିତ ଆମ୍ବଝରୀ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଏହି ଗ୍ରାମରେ ଥିବା ଏକ ସ୍କୁଲର ପରିଚାଳନା କମିଟିର ଅଗୋଚରରେ ସ୍ଥାନୀୟ ମହିଳା ସରପଞ୍ଚଙ୍କ ସ୍ୱାମୀ ମନମୁଖୀ ଭାବେ ଶ୍ରେଣୀଗୃହ ଭାଙ୍ଗିଦେଇ ସଂଗୃହୀତ ସରଞ୍ଜାମ ସବୁ ନିଜେ ନେଇଯାଇଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଫଳରେ ସେହି ବିଦ୍ୟାଳୟରେ ପାଠ ପଢ଼ୁଥିବା ପଞ୍ଚାୟତର ପ୍ରାୟ ୨ଶହରୁ ଅଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନିଶ୍ଚିତତା ଦେଖାଦେଇଛି । ଏ ସମ୍ପର୍କରେ ସ୍କୁଲ ପରିଚାଳନା କମିଟିର ସଭ୍ୟ ଓ ସଭ୍ୟା ମାନେ ବୌଦ୍ଧ ଜିଲ୍ଲାପାଳ ଓ ଶିକ୍ଷା ଅଧିକାରୀଙ୍କୁ ଫେରାଦ ହୋଇ ନ୍ୟାୟ ଭିକ୍ଷା କରିଥିବା ଜଣାପଡିଛି।ଏ ଘଟଣା ପ୍ରଘଟ ହେବା ପରେ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇବା ସହ ଅଭିଯୁକ୍ତ ଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନେବାକୁ ଦାବୀ କରାଯାଇଛି। ଏ ନେଇ ସରପଞ୍ଚଙ୍କ ସ୍ୱାମୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।ତେବେ ଏଭଳି ଏକ ସ୍ପର୍ଶକତାର ପ୍ରସଙ୍ଗରେ ଜିଲ୍ଲାପାଳ ଏବଂ ବିଭାଗୀୟ କତ୍ତୃପକ୍ଷ କି ପଦକ୍ଷେପ ଓ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି ।

Leave A Reply

Your email address will not be published.