ଚଳନ୍ତା ଟ୍ରେନରୁ ଖସି ପଡ଼ି ଜଣେ ଛାତ୍ରୀ ଗୁରୁତର

ଖୋ‌ର୍ଦ୍ଧା : ବ୍ରହ୍ମପୁର – ଭୁବନେଶ୍ୱର ମେମୁ ସ୍ପେଶାଲ ଟ୍ରେନରେ ଆସୁଥିବା ବେଳେ ଚଳନ୍ତା ଗାଡ଼ିରୁ ଖସି ପଡ଼ିଥିଲେ ଜଣେ ଛାତ୍ରୀ । ଫଳରେ ଛାତ୍ରୀ ଜଣଙ୍କ ଗୁରୁତର ଆହତ ହୋଇ ବର୍ତ୍ତମାନ ରେଳବାଇ କର୍ମଚାରୀଙ୍କର ସହାୟତାରେ ପ୍ରଥମେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ ଖୋର୍ଦ୍ଧା ମୁଖ୍ୟ ଡାକ୍ତରଖାନାକୁ ଆମ୍ବୁଲାନ୍ସ ଯୋଗେ ପଠା ଯାଇଛି । ଛାତ୍ରୀ ବର୍ତ୍ତମାନ ଗୁରୁତର ଅବସ୍ଥାରେ ଥିବା ଜଣାପଡିଛି । ଛାତ୍ରୀ ଜଣକ ହେଉଛ‌ନ୍ତି ଟାଙ୍ଗୀ ଥାନା ଅନ୍ତର୍ଗତ ଟାଙ୍ଗୀ ଅଞ୍ଚଳର ଗୋବିନ୍ଦପୁର ସାହି ଅନ୍ତର୍ଗତ ନିରଞ୍ଜନ ପ୍ରଧାନଙ୍କର ଝିଅ ସୁପ୍ରିୟା ପ୍ରଧାନ ।

Leave A Reply

Your email address will not be published.