jayashree

ଦୁଇଟି ଫୁଲମାଲରେ ସମ୍ପର୍ଣ୍ଣ ହେଲା ଆଦର୍ଶ ଗଣ ବିବାହ :୧୩୦ ତମ ଡା ବାବା ସାହେବ ଆମ୍ବେଦକର ଜୟନ୍ତୀ ପାଳିତ

ବରଗଡ଼, (ନିରୋଜ କୁମାର ପାଣୀ) : ବିନା ଯୌତୁକ, ଜାତକ, ଜାତି ବିହୀନ ଆଦର୍ଶ ଗଣ ବିବାହ ବରଗଡ଼ ସୌଖିନ ରଙ୍ଗ ମଞ୍ଚ ଠାରେ ଅନୁଷ୍ଠିତ ହୋଇଯାଇଛି । ଡା ବାବା ସାହେବ ଆମ୍ବେଦକରଙ୍କ ୧୩୦ତମ ଜୟନ୍ତୀ ଉପଲକ୍ଷେ ଏହି ଆଦର୍ଶ ଗଣ ବିବାହ ଅନୁଷ୍ଠିତ ହୋଉଥିଲା । ଚଳିତ ବର୍ଷ ୫ ଯୋଡି ନବଦମ୍ପତି ଏହି ବିବାହରେ ସାମିଲ ହୋଇଛନ୍ତି । ମହିମା ବାରିକ ସହ ସୁବସିନୀ ସୁନା, ବାଦଲ ରୋହୀ ଦାସ ସହ ସଂଗୀତା କୁମ୍ଭାର, ଅବଧୂତ ନନ୍ଦ ସହ କିଶୋରୀ ବାରିହା, ଅଭିଷେଖ ଶିଖା ସହ ଜ୍ୟୋତିର୍ମୟୀ ସାହୁ, ଅର୍ଜୁନ ଦୀପ ସହ ମଞ୍ଜୁ ମଟାରି ବିବାହ ବନ୍ଧନରେ ଆବଦ୍ଧ ହେଲେ । ସମ୍ବିଧାନକୁ ସାକ୍ଷୀ ରଖି ନୂଆ ଜୀବନ ଆରମ୍ଭ କରିବାକୁ ଶପଥ ନେଇଛନ୍ତି ଏହି ଦମ୍ପତିମାନେ । ଆମ୍ବେଦକର ଚେରୀଟେବଲ ଟ୍ରଷ୍ଟ ପକ୍ଷରୁ ଗତ ୧୫ ବର୍ଷ ଧରି ଏହି ଆଦର୍ଶ ଗଣ ବିବାହ ଚାଲି ଆସୁଛି । ସଂସ୍ଥାପକ ପବିତ୍ର ଦେହେରୀ ସମସ୍ତଙ୍କୁ ବାବା ସାହେବଙ୍କ ଜୟନ୍ତୀ ଉପଲକ୍ଷେ ଶୁଭେଚ୍ଛା ଜଣାଇଥିଲେ ଓ ନବ ଦମ୍ପତିଙ୍କୁ ଆଶୀର୍ବାଦ କରିଥିଲେ । ସେହିପରି ମୁଖ୍ୟ ଅତିଥି ଭାବେ ଚନ୍ଦ୍ରଶେଖର ବାଗ, ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ, ମହମ୍ମଦ ଅସଲମ ଅନସାରି, ଶିକ୍ଷାବିତ ମନୋରଞ୍ଜନ ସାହୁ, ଉର୍କୁଳୁ ତାଣ୍ଡି ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଗୁରୁପ୍ରୀତ ସିଂ, ରମେଶ ମହାପାତ୍ର, ଭାବନୀ ସାହୁ, ମରିୟମ ବାର୍ଳା, ଅଲିମ ରିଜବୀ, ପଦ୍ମଲୟା ଦୀପ, ଯଶୋବନ୍ତି ପୋଢ଼ , ରମେଶ ସୁନା, ଚନ୍ଦ୍ର କୁମ୍ଭାର, ବଳରାମ ଦୀପ, ଅମିତାବ ପାତ୍ର ଓ ସାବିତ୍ରୀ ବାଇ ଫୁଲେ ସଙ୍ଘଠନର ସଦସ୍ୟମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.