ଓ.ଟି.ଇ.ଟି. ପରୀକ୍ଷା ଚାଲିଥିବା ବେଳେ ୫ ଜଣ ପରୀକ୍ଷାର୍ଥୀ ଧରା ପଡି ଏକ୍ସଫେଲ୍‌

ବୌଦ୍ଧ, (ମମତା ମହାକୁର) : ଗତ ୯ ତାରିଖ ଦିନ ମାଧ୍ୟମିକ ଶିକ୍ଷା ବୋର୍ଡ ତରଫରୁ ଅନୁଷ୍ଠିତ ଓ.ଟି.ଇ.ଟି. ପରୀକ୍ଷା ଚାଲିଥିବା ବେଳେ ୫ ଜଣ ପରୀକ୍ଷାର୍ଥୀ ଧରା ପଡି ଏକ୍ସଫେଲ୍‌ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲାରେ ଚଳିତ ବର୍ଷ ହୋଇଥିବା ଓ.ଟି.ଇ.ଟି. ପରୀକ୍ଷାରେ ମୋଟ୍‌ ୧୮୨୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ଜିଲ୍ଲାରେ ୪ ଗୋଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା । ଦୁଇଟି ସିଟିଂରେ ପରୀକ୍ଷା ହୋଇଥିବା ବେଳେ ଯୋଗୀନ୍ଦ୍ର ଦେବ ଉଚ ବିଦ୍ୟାଳୟ କେନ୍ଦ୍ରରେ ୬୩୨ ଜଣ, ସରକାରୀ ଉଚ୍ଚବାଳିକା ବିଦ୍ୟାଳୟ, ବୌଦ୍ଧ କେନ୍ଦ୍ରରେ ୬୦୩ ଜଣ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ବୌଦ୍ଧ କେନ୍ଦ୍ରରେ ୩୨୦ ଜଣ ଓ ସରସରାସ୍ଥିତ ବାବା ବୈଦ୍ୟନାଥ ନୋଡାଲ୍‌ ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ୨୭୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ପରୀକ୍ଷାକୁ ସୁଚାରୁ ରୁପେ ପରିଚାଳନା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ କେନ୍ଦ୍ର ହୋଇଥିବା ବିଦ୍ୟାଳୟ କର୍ତୃପକ୍ଷ ମଧ୍ୟ ସଜାଗ ରହିଥିଲେ । ଏସବୁ ସତ୍ୱେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କେନ୍ଦ୍ରରେ ପରୀକ୍ଷା ପରିଦର୍ଶନରେ ଆସିଥିବା ସ୍କ୍ୱାର୍ଡ ହାତରେ ୫ ଜଣ ପରୀକ୍ଷାର୍ଥୀ ଅସଦ୍‌ ଉପାୟ ଅବଲମ୍ବନ କରି କପି କରୁଥିବା ବେଳେ ଧରା ପଡି ଏକ୍ସଫେଲ୍‌ (ଏମ.ପି.) ହୋଇଥିବା ବର୍ତ୍ତମାନ ଆଲୋଚନାର ବିଷୟ ପାଲଟିଛି । କେବଳ ଏହି କେନ୍ଦ୍ରକୁ ଛାଡି ଦେଲେ ଅନ୍ୟ ତିନିଗୋଟି କେନ୍ଦ୍ରରେ ଶାନ୍ତି ଓ ଶୃଙ୍ଖଳାର ସହ ପରୀକ୍ଷା ଅନୁଷ୍ଠିତ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.