ଖଦ୍ୟୋତ ଅନୁଷ୍ଠାନ ତରଫରୁ କରୋନା ସଚେତନତା ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ଖଦ୍ୟୋତ ଅନୁଷ୍ଠାନ ତରଫରୁ ଆଠଗାଁ ପଂଚାୟତ କାଲିଝରଣ ଠାରେ କରୋନା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ସଭାପତିତ୍ୱରେ କାଲିଝରଣ ଗ୍ରାମବାସୀକୁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ଓ ବାରମ୍ବାର ସାବୁନରେ ହାତ ଧୋଇବା ଉପରେ ଗୁରୁତ୍ୱାରୋପ କରିଥିଲେ । ଉକ୍ତ ସଭାରେ ରେଡକ୍ରସ ସାଧନ କର୍ମୀ ରବିଚନ୍ଦ୍ର ପଶାୟତ, ସାମ୍ବାଦିକ ଆକୁଳ ବେହେରା, ସମାଜସେବୀ ରମାକାନ୍ତ ନାଥ ପ୍ରମୁଖ ମାକ୍ସ ବଣ୍ଟନ କରିଥିଲେ । କାର୍ଯ୍ୟକ୍ରମକୁ କାଲିଝରଣ ଗ୍ରାମବାସୀ ସହଯୋଗ କରିଥିଲେ ଏବଂ ନିଳମଣି ସା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.