ଗୁଜୁରାଟର ସୁରାଟରେ ଗଞ୍ଜାମର ପାରମ୍ପରିକ ଦଣ୍ଡବିଧାନ ଯାତ୍ରା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗୁଜୁରାଟର ସୁରଟରେ ମଧ୍ୟ ଗଞ୍ଜାମ ଜିଲ୍ଲାର ଭଞ୍ଜଯୁଗୀୟ ପରମ୍ପରା ଶାକ୍ତଧର୍ମ ଧାରଣାର ପୂଣ୍ୟ ଗଣପର୍ବ ଦଣ୍ଡବିଧାନ ଯାତ୍ରା ମଧ୍ୟ ପ୍ରଚଳିତ ହୋଇଥିବା ପରିଲିଖିତ ହୋଇଛି; ଯାହାକି, ଗଞ୍ଜାମ ର ଲୋକ କଳା, ଲୋକ ନୃତ୍ୟ, ଲୋକ ସଂସ୍କୃତି ବିଶ୍ୱ ଦରବାରରେ ବିସ୍ତାର ଲାଭକରିଥିବା ଏକ ଗୌରବମୟ ବିଷୟ ହୋଇଛି ।

ଗୁଜୁରାଟ ପ୍ରଦେଶ ସୁରଟ ମହାନଗରରେ ପାରମ୍ପରିକ ଦଣ୍ଡନାଚ ଦେଖିବାକୁ ମିଳିଛି । ପ୍ରବାସୀ ଓଡ଼ିଆ ମାନଙ୍କ ଦ୍ୱାରା ମା’ କାଳୀଙ୍କ ମନ୍ଦିର ନିର୍ମାଣ ସହ ଓଡ଼ିଶାର ମହାନ ପାରମ୍ପରିକ ଦଣ୍ଡନାଚ ଅନୁଷ୍ଠିତ ହୋଇଛି । ପ୍ରବାସୀ ଓଡ଼ିଆ ସମାଜ ଆନୁକୂଲ୍ୟରେ ଠିକ୍ ଓଡ଼ିଶାରେ ଅନୁଷ୍ଠିତ ଦଣ୍ଡନାଚ ରୀତିନୀତି ପ୍ରକାରେ ସେଠାରେ ମଧ୍ୟ ଦଣ୍ଡନାଚ ଅନୁଷ୍ଠିତ ହେଉଅଛି । ସୁରତର ବେଡ଼ ରୋଡ଼ ଅଞ୍ଚଳରେ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟ ସଭାପତି ପ୍ରଦୀପ କୁମାର ସାହୁଙ୍କ ପରାମର୍ଶ କ୍ରମେ ଅଞ୍ଚଳର ସଙ୍ଗଠକ ପ୍ରଦୀପ ସାହୁ, ମଦନ ସ୍ଵାଇଁ, କ୍ରିଷ୍ଣା ପାତ୍ର, ମନୋରଞ୍ଜନ ବାରିକ(ମୁନା ଭାଇ) ଓ ନାରାୟଣ ସାହୁ ପ୍ରଭୃତିଙ୍କ ଉଦ୍ୟମରେ ଓଡ଼ିଆ ପାରମ୍ପରିକ ଦଣ୍ଡନାଚ ଗୁଜରାଟର ସୁରାଟ ମହାନଗରରେ ଦେଖିବାକୁ ମିଳିଥିଲ ।

Leave A Reply

Your email address will not be published.