ମର୍ମ‌ନ୍ତୁଦ ସଡକ ଦୁର୍ଘଟଣା : ବାଇକକୁ ଧକ୍କା ଦେଲା ଡମ୍ଫର, ୨ ମୃତ, ୧ ଗୁରୁତର

ଯାଜପୁର : ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ନେଉଳପୁର ନିକଟରେ ପେଟ୍ରୋଲ ପମ୍ପ ସମ୍ମୁଖରେ ଏକ ମର୍ମ‌ନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ମୃତକ ଦ୍ୱୟ ହେଲେ ଲକ୍ଷ୍ମୀକାନ୍ତ ମାଟିଆ ଓ ତାଙ୍କ ପତ୍ନୀ ମଞ୍ଜୁଲତା । ସ୍ୱାମୀ, ସ୍ତ୍ରୀ ଏବଂ ୮ ବର୍ଷର ଝିଅ ବାଇକରେ ବାରିପଦା ଯାଉଥିବା ବେଳେ ଚଣ୍ଡିଖୋଲ ପଟୁ ଆସୁଥିବା ଏକ ଡମ୍ଫର ସେମାନଙ୍କୁ ନେଉଳପୁର ଠାରେ ପଛପଟୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ମଞ୍ଜୁଲତାଙ୍କ ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନା ନିଆଯିବା ବାଟରେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ଘଟିଥିଲା । ସେମାନଙ୍କର ୮ ବର୍ଷର ଝିଅର ଅବସ୍ଥା ଗୁରୁତର ଥିବା ବେଳେ ତାକୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.