ଦେଶରେ ପୁଣି କରୋନାର ବ୍ଲାଷ୍ଟିଂ ରେକର୍ଡ : ଦେଶରେ ପ୍ରଥମ ଥର ପାଇଁ ଦିନରେ ୧.୨୬ ଲକ୍ଷରୁ ଅଧିକ ନୂଆ ମାମଲା

ନୂଆଦି‌ଲ୍ଲୀ : ଦେଶରେ ପୁଣି କରୋନାର ବ୍ଲାଷ୍ଟିଂ ରେକର୍ଡ ଆସିଛି । ଭାରତରେ କରୋନା ଭୂତାଣୁର ଦ୍ୱିତୀୟ ତରଙ୍ଗ ଅତ୍ୟନ୍ତ କ୍ଷତିକାରକ ମନେହେଉଛି । ଗତ ୨୪ ଘଂଟାରେ ସମସ୍ତ ରେକର୍ଡକୁ ଭାଂଗି ଦେଇଛି କରୋନା ସଂକ୍ରମଣ ଏବଂ ସଂଖ୍ୟା ପହଂଚିଛି ୧୨୬୩୧୫ରେ । ମହାମାରୀ ଆରମ୍ଭ ହେବା ପରଠାରୁ ଏହା ପ୍ରଥମ ଥର, ଯେତେବେଳେ ଗୋଟିଏ ଦିନରେ ୧ ଲକ୍ଷ ୨୬ ହଜାରରୁ ଅଧିକ ନୂଆ ମାମଲା ଆସିଛି । ବୁଧବାର କ୍ରମାଗତ ଦ୍ୱିତୀୟ ଦିନ ପାଇଁ ସର୍ବାଧିକ ସଂଖ୍ୟକ କରୋନା ସଂକ୍ରମଣ ରିପୋର୍ଟ ଆସିଛି। ମଙ୍ଗଳବାର, ଯେଉଁଠାରେ ୧ ଲକ୍ଷ ୧୫ ହଜାରରୁ ଅଧିକ ମାମଲା ରହିଥିଲା, ବୁଧବାର ଦିନ ଏହି ସଂଖ୍ୟା ୧ ଲକ୍ଷ ୨୬ ହଜାରରୁ ଅଧିକ ହୋଇଛି ।

ମଙ୍ଗଳବାର ଦିନ ଛତିଶଗଡର ରାଜଧାନୀ ରାୟପୁରରେ ଏପ୍ରିଲ ୯ ରୁ ଏପ୍ରିଲ ୧୯ ପର୍ୟ୍ୟନ୍ତ ସମ୍ପୂର୍ଣ୍ଣ ଲକ୍ଡାଉନ୍ ଘୋଷଣା କରାଯାଇଥିଲା । ଏଥି ସହିତ ପଞ୍ଜାବ ସରକାର ରାଜ୍ୟବ୍ୟାପୀ ରାତିର କର୍ଫ୍ୟୁକୁ ୩୦ ଏପ୍ରିଲ ପର୍ୟ୍ୟନ୍ତ ବୃଦ୍ଧି କରିଛନ୍ତି । ଏପରିକି ବେଙ୍ଗାଲୁରୁ ସହରରେ ସୁଇମିଂ ପୁଲ ଏବଂ ଜିମ୍ ସେଣ୍ଟର ଉପରେ ପ୍ରତିବନ୍ଧକ ଲଗାଇଛି । ଏହା ବ୍ୟତୀତ ଆଜିଠାରୁ ୟୁପିର ରାଜଧାନୀ ଲଖନଉ, କାନପୁର ସମେତ ଅନେକ ସହରରେ ରାତିର କର୍ଫ୍ୟୁ ଘୋଷଣା କରାଯାଇଛି ।

Leave A Reply

Your email address will not be published.