ସ୍ୱର୍ଗତ ଆନନ୍ଦ ଆଚାର୍ଯ୍ୟଙ୍କ ସ୍ମରଣୀକା ଉନ୍ମୋଚନ

କଳାହାଣ୍ଡି, (ହେମନ୍ତ ସାହୁ) : ମଣିଷ ପରି ମଣିଷଟିଏ ଥିଲେ ସ୍ୱର୍ଗତ ଆନନ୍ଦ ଆଚାର୍ଯ୍ୟ । ପାଦରେ ଚାଲି ଚାଲି ନିଜ ଜୀବନକାଳରେ ନିଜେ ଶିକ୍ଷକତା କରୁଥିବା ସ୍ମୁଲ ଗୁଡ଼ିକରେ ପହଂଚିଯାଉଥିଲେ ଏବଂ ନିଷ୍ଠାପର ଭାବରେ ଶିକ୍ଷାଦାନ କରୁଥିଲେ । ଶିକ୍ଷକତା ଯାହାଙ୍କର ବୃତ୍ତିଥିଲା ଏବଂ ମଣିଷ ଭିତରେ ମଣିଷ ହେବା ପାଇଁ ଯିଏ ସବୁବେଳେ ଅନ୍ୟକୁ ମାର୍ଗଦର୍ଶନ କରାଉଥିଲେ ସେ ହେଉଛନ୍ତି ସ୍ୱର୍ଗତ ଅଚାର୍ୟ୍ୟ ବୋଲି ତାଙ୍କରି ସ୍ମରଣୀକା ଉନ୍ମୋଚନ ଅବସରରେ ଅତିଥିମାନେ ମତବ୍ୟକତ କରିଛନ୍ତି । କଳାହାଣ୍ଡି ଜିଲ୍ଲା ମ.ରାମପୁରର ପୂର୍ବତନ ଶିକ୍ଷକ ସ୍ୱର୍ଗତ ଆନନ୍ଦ ଆଚାର୍ୟ୍ୟଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସ୍ମରଣିକା ଉନ୍ମୋଚିତ ହେଇଯାଇଛି । ସ୍ୱର୍ଗତ ଆଚାର୍ୟ୍ୟଙ୍କ ଛାତ୍ର ଲକ୍ଷ୍ମଣ ଷଡ଼ଙ୍ଗୀ ଉପସ୍ଥିତ ରହି ଏହି ପୁସ୍ତକଟିକୁ ଉନ୍ମୋଚନ କରିଥିବାବେଳେ ନିର୍ମଳ ନାୟକ ତାଙ୍କରି ବିଷୟରେ ଆଲୋକପାତ କରିଥିଲେ । ଏଡି ଅବସରରେ ବେଦପାଠ କରିଥିଲେ କ୍ଷୀରୋଦ ଦାଶକର୍ମୀ । ମଂଚ ପରିଚାଳନା କରିଥିଲେ ହେମନ୍ତ ସାହୁ । ତାଙ୍କରି ପୁତ୍ର ଆଇନଜୀବି ସୁବାସ ଚନ୍ଦ୍ର ଆଚାର୍ୟ୍ୟଙ୍କ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତାରାଣୀ ସାହୁ, ଆଇନଜୀବୀ ହିତେନ୍ଦ୍ର ମହାନ୍ତି, ପୂର୍ବତନ ଶିକ୍ଷକ ଲଳିତ କୁମାର ମହାଲିକ, ଠାକୁର ଚରଣ ସାହୁ ଏବଂ ପରିବାର, ବନ୍ଧୁବର୍ଗ ଉପସ୍ଥିତ ରହିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସ୍ୱର୍ଗତ ଆଚାର୍ୟ୍ୟ ୯୫ ବର୍ଷ ବୟସ ଯାଏଁ ଚଳଚଞ୍ଚଳ ରହିଥିଲେ ଏବଂ ଗତ ମାର୍ଚ୍ଚ ୨୭ ତାରିଖରେ ତାଙ୍କରି ପରଲୋକ ହେଇଯାଇଛି ।

Leave A Reply

Your email address will not be published.