ସିନିଅର ଫାଇନାଲରେ ନବକିଶୋର ଦଳ ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମଠାରେ ଆୟୋଜିତ ଓସିଏ ଭିଜନ ୨୦୨୪ର ସିନିଅର ଇନଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତାର ଫାଇନାଲ ମ୍ୟାଚରେ ନବକିଶୋର ଦଳ ବିଜୟୀ ହୋଇଛି । ଆଜିର ପ୍ରତିଯୋଗିତା ୟଙ୍ଗ ନାଏକ କ୍ରିକେଟ ଏକାଡେମୀ ଓ ନବକିଶୋର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ନବକିଶୋର ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ ବିନିମୟରେ ୨୭୩ ରନ୍ ସ୍କୋର କରିଥିଲା । ଦଳ ତରଫରୁ ସୌରଭ କୁମାର ସର୍ବାଧିକ ୫୪ ରନ ଓ ଶୈଳେଶ ପଟ୍ଟନାୟକ ୫୧ ରନ ସଂଗ୍ରହ କରିଥିଲେ । ନାଏକ ଏକାଡେମୀର ରାହୁଲ ସାହୁ ୨ଟି ଓ କିଷନ ନାଏକ ୨ଟି ୱିକେଟ ଅକ୍ତିଆର କରିଥିଲେ । ୨୭୪ ରନ୍‌ର ବିଶାଳ ଲକ୍ଷକୁ ପିଛା କରିବାକୁ ଯାଇ ନାଏକ ଏକାଡେମୀ ୪୫.୧ ଓଭରେ ସମସ୍ତ ‌ୱିକେଟ ହରାଇ ୨୧୪ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିବା ବେଳେ ୫୯ ରନରେ ଫାଇନାଲ ମ୍ୟାଚ ହରି ଯାଇଥିଲା । ନାଏକ ଏକାଡେମୀ ପକ୍ଷରୁ ରାହୁଲ ସାହୁ ସର୍ବାଧିକ ୫୬ ରନ ଓ କିଶନ ନାଏକ ୩୫ ରନ କରିଥିଲେ । ନବକିଶୋର ଦଳର ସୌଭାଗ୍ୟ ପଟେଲ ୪ ଗୋଟି ଓ ଶୈଳେଶ ପଟ୍ଟନାୟକ ୨ ଟି ୱିକେଟ ଅକ୍ତିଆର କରିଥିଲେ । ନବକିଶୋର ଦଳର ସୌଭାଗ୍ୟ ପଟେଲଙ୍କୁ ତାଙ୍କର ୪ ‌ୱିକେଟ ଓ ବହୁମୂଲ୍ୟ ୧୬ ରନ ପାଇଁ ଫାଇନାଲର ଶ୍ରେଷ୍ଠ ଖେଳାଳୀ ଭାବେ ଘୋଷିତ କରାଯାଇଥିଲା । ଏହି ମ୍ୟାଚକୁ ଓସିଏ ମାନ୍ୟତା ପ୍ରାପ୍ତ ଅମ୍ପାୟାର ପୃଥ୍ୱୀରାଜ ମିଶ୍ର ଓ ସମୀର ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ ସୁଭମ ନାଏକ ଓ ସ୍ୱାଗତ ସ୍କୋରର୍ ଦାୟିତ୍ୱ ତୁଲାଇଥିଲେ ।

Leave A Reply

Your email address will not be published.