ppurohit

ଭଗତପୁରରେ ବିଂଝାଲ ସମାଜ ବାର୍ଷିକ ସଭା : ଉଚ୍ଚ ଶିକ୍ଷା ସଙ୍ଗେ ଏକତା ହେଲେ ହିଁ ସମାଜ ଆଗକୁ ବଢ଼ିପାରିବ : ବିଧାୟକ

2nd

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡର ପାଇକମାଳ ବ୍ଳକ ଅନ୍ତର୍ଗତ ଭଗତପୁର ଗ୍ରାମ ଭୋସାଗର ଆମ୍ବ ତୋଟା ଠାରେ ସର୍ବ ଭାରତୀୟ ବିଂଝାଲ ସମାଜର ବାର୍ଷିକ ମହାସଭା ଅନୁଷ୍ଠିତ ହୋଇଥିଲା । ସଭା ପ୍ରାରମ୍ଭରେ ସମାଜର ଇଷ୍ଟ ଦେବୀ ମାଁ ବିନ୍ଧ୍ୟ ବାସିନୀଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ସର୍ବଭାରତୀୟ ବିଂଝାଲ ସମାଜ ପାଇକମାଳ ବ୍ଳକ ସଭାପତି ପ୍ରେମାନନ୍ଦ ବରିହା ବରିହାଙ୍କ ସଭାପତି‌ତ୍ୱରେ ଅନୁଷ୍ଠିତ ସଭାରେ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହା ମୂଖ୍ୟ ଅତିଥି, ଲାଟସଭାପତି ହୃଷିକେଶ ବରିହା, ବଲାଙ୍ଗିର ଜିଲ୍ଲା ସଭାପତି ଚନ୍ଦ୍ରଶେଖର ବାଗ, ଶିକ୍ଷାବିତ ତଥା ସହଲାଟ ସଭାପତି ଶଙ୍କର ପ୍ରସାଦ ମାଝୀ ମୁଖ୍ୟ ବକ୍ତା, ପୂର୍ବତନ କମିସନର ପ୍ରମୋଦ ଝାଙ୍କର, ଛତିଶଗଡ଼ ପ୍ରିନ୍ସପାଲ କଲ୍ୟାଣୀ ସିଂ ବରିହା, ଛତିଶଗଡ଼ ସଭାପତି ବେଦବର ବରିହା, ସୋହେଲା ବ୍ଳକ ଅଧ୍ୟକ୍ଷ ଜୀବର୍ଧନ ବରିହା, ପୂର୍ବତନ ବ୍ୟାଙ୍କ ମ୍ୟାନେଜର କ୍ଷିରୋଦ୍ର ବରିହା, ଫରେଷ୍ଟର ଅଶ୍ଵିନୀ ଭୋଇ, ଶିକ୍ଷକ ମନବୋଧ ବରିହା, ଫଗୁଲାଲ ବରିହା, ଦାରା ସିଂ ବରିହା, ଝାରବନ୍ଧ ବ୍ଳକ ଅଧ୍ୟକ୍ଷା ଜୟନ୍ତୀ ବରିହା, ସାଧାରଣ ସଂପାଦକ ଆଶାରାମ ବରିହା, ସଂଗଠକ ସଂପାଦକ ରାଧେଶ୍ୟାମ ବରିହା, ପୂର୍ବତନ ବିଜ୍ଞାପିତ ପରିଷଦ ପଦ୍ମପୁର ସିଦ୍ଧାର୍ଥ ସିଂ ବରିହା, ପାଇକମାଳ ବ୍ଳକ ସମିତି ସଭ୍ୟା କୁମାରୀ ବରିହା, ପ୍ରିନ୍ସପାଲ ଉପେନ୍ଦ୍ର ବରିହା, ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମାଜର ସାମାଜିକ ଉନ୍ନତି ସଂଗଠନ ସୁଦୃଢ ନାରୀ ଶିକ୍ଷା କ୍ଷେତ୍ରରେ ସମାଜର ପୁଅ ଝିଅ ମାନଙ୍କୁ ବାଧ୍ୟତା ଭାବରେ ପଢ଼ାଇବା, ବିଂଝାଲ ଭାଷା ସୁରକ୍ଷା, ସାମାଜିକ ସମସ୍ୟା, ଶିକ୍ଷା, ରାଜନୈତିକ, ଅର୍ଥନୈତିକ ଆଦି ବିଷୟରେ ସଭାରେ ଗୁରୁତ୍ଵାରୋପ କରାଯାଇଥିଲା । ମୂଖ୍ୟ ଅତିଥି ବିଜୟ ରଞ୍ଜନ ସିଂ ବରିହା ସମାଜରେ ଆମେ ଏକତା ହେଲେ ହିଁ ସମାଜ ଆଗକୁ ବଢ଼ି ପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏଥିରେ ଜୋନ୍ ନଂ ୧ ସଭାପତି ବିଲାଧର ଭୋଏ , ଜୋନ୍ ନଂ ୨ ସଭାପତି ଘନଶ୍ୟାମ ବରିହା, ଜୋନ୍ ନଂ ୩ ସଭାପତି ମୋତି ରାମ ବାଲମ, ଜୋନ୍ ନଂ ୧ ସଂପାଦକ ବେଦବର ବରିହା, ଜୋନ୍ ନଂ ୨ ସଂପାଦକ ନନ୍ଦଲାଲ ବରିହା, ଜୋନ୍ ନଂ ୩ ସଂପାଦକ ପୂର୍ଣ୍ଣିମୀ ନେଗୀ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାୟ ଶତାଧିକ ମହିଳା ପୁରୁଷ ଯୋଗଦେଇ ଥିଲେ । ଆଶାରାମ ବରିହା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.