ଖୋର୍ଦ୍ଧା : ଶ୍ରୀ ଶାଳେଶ୍ୱର ଦେବଙ୍କ ପଞ୍ଚୁ ଦୋଳ ମେଳଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ମେଲଣ ୧୫୦ ବର୍ଷ ପୂର୍ବେ ଆରମ୍ଭ କରାଯାଇଥିଲା । ପଞ୍ଚୁ ଦୋଳରେ ଠାକୁର ଶ୍ରୀ ଶାଳେଶ୍ୱର ଦେବ ଥାନାପତି ହୁଅନ୍ତି ଶ୍ରୀ ଶାଳେଶ୍ୱର ଦେବ ଅଣ୍ଡା, ସ୍ଵପ୍ନେଶ୍ୱର ଦେବ ଅଣ୍ଡା ହରିପୁର, ମଦନ ମୋହନ ଦେବ ଅଣ୍ଡା ବନମାଳୀପୁର, ଗୋପୀନାଥ ଦେବ ଅଣ୍ଡା, ବିଶ୍ଵନାଥ ଦେବ ମହତ ପଲ୍ଲା , ନୀଳକଣ୍ଠେଶ୍ୱର ଝିଙ୍କିଝାରି, ବାଲୁଙ୍କେଶ୍ୱର ଦେବ ତାପଙ୍ଗ, ନୀଳକଣ୍ଠେଶ୍ୱର ଧଉଳିମୁହଁ, ସୋମନାଥ ଦେଉଳିଟାଙ୍ଗି, ବାଲୁଙ୍କେଶ୍ୱର ଦେବ ବେନାପଞ୍ଜୁରି, ଜଗତେଶ୍ୱର ଦେବ ତିରୀମଲ୍ଲ, ଗ୍ରାମେଶ୍ୱର ଦେବ ର୍ଆଁଳାଯୋଡ଼ି । ତେବେ ପାୟ ପାଖପାଖି ୩୦ ଖଣ୍ଡ ଗାଁରୁ ଠାକୁର ଆସି ଥାଆନ୍ତି ଏହି ମେଳଣକୁ । ତେବେ କୋରାନ। କଟକଣା ଯୋଗୁଁ ତିନି ଦିନ ପରିବର୍ତ୍ତେ ଦୁଇ ଦିନରେ ଅଳ୍ପ ଲୋକଙ୍କୁ ନେଇ ମେଲଣ କରାଯାଇଛି । ଅଣ୍ଡା ଗ୍ରାମର ଶାନ୍ତି କମିଟି ଓ ଶ୍ରୀ ଶାଳେଶ୍ୱର ଟ୍ରଷ୍ଟି କମିଟି ଓ ସମସ୍ତ ଗ୍ରାମ ବାସୀ ବୁନ୍ଦ ଆୟୋଜନ କରିଥିଲେ ।
Prev Post