ରାଜ୍ୟସ୍ତରୀୟ ଖେଲୋ ଇଣ୍ଡିଆ : ଖୋଖୋ ପ୍ରଶିକ୍ଷଣ ଶିବିର ପାଇଁ ବାସନ୍ତୀ ନାଗ ମନୋନୀତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଝିଅ ବାସନ୍ତୀ ନାଗ ରାଜ୍ୟସ୍ତରୀୟ ୧୮ ବର୍ଷରୁ କମ୍‌ ଖେଲୋ ଇଣ୍ଡିଆ ଖୋଖୋ ପ୍ରଶିକ୍ଷଣ ଶିବିର ପାଇଁ ମନୋନୀତ ହୋଇଛନ୍ତି । ଏହି ଶିବିର କିଟ୍‌ ଏବଂ କିସ୍‌ କ୍ୟାମ୍ପସ୍‌ ଭୁବନେଶ୍ୱରଠାରେ ୨ ଏପ୍ରିଲରୁ ୩୧ ମେ’ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଜିଲ୍ଲା ଖୋଖୋ ପ୍ରଶିକ୍ଷକ ପଦ୍ମ ଚରଣ ଦାସ, ହଲଦି ପ୍ରଥମିକ ବିଦ୍ୟାଳୟ କ୍ରୀଡା ଶିକ୍ଷକ ଅଞ୍ଜନ କୁମାର ବେହେରା, ହାଇସ୍କୁଲ କ୍ରୀଡା ଶିକ୍ଷକ ପ୍ରସାଦୀ କମ୍ପ ତଥା ଜିଲ୍ଲା କ୍ରୀଡା ସଂସଦ ତରଫରୁ ବାସନ୍ତୀ ନାଗଙ୍କ ଶୁଭକାମନ କରାଯାଇଛି । ଏ ନେଇ ବଲାଙ୍ଗିର ଜିଲ୍ଲାର କ୍ରୀଡାପ୍ରେମୀ ଓ ଜନସାଧାରଣଙ୍କ ମନରେ ଆନନ୍ଦ ଲହରି ଖେଳିଯାଇଛି ।

Leave A Reply

Your email address will not be published.