csstore

କଳାହାଣ୍ଡିରେ ତେଜିବ କୋଶଲ ଆନ୍ଦୋଳନ

କଳାହାଣ୍ଡି, (ଭାରତ ବିଶି) : ଗୁରୁବାର ଭବାନୀପାଟଣା ଭାଗିରଥି ପାର୍କରେ କଲାହାଣ୍ଡିରୁ କୋଶଲ ସେନା ଓ କଲାହାଣ୍ଡି ଯୁବକ ସଂଘ ତରଫରୁ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଭାରତ ବିଶିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ସୁବାଷ ବଗର୍ତ୍ତି, ପପୁ ସେନାପତି, ମୁକେଶ କୁମାର ସାହୁ, କର୍ନ୍ଦପ ବାଗ, ନରେନ୍ଦ୍ର ସାହୁ, ଦେବେନ୍ଦ୍ର ମାଝୀ, ଟିଙ୍କୁ, ଜଗଦିଶ ନାଏକ, ଲୋକନାଥ ବିହାରୀ, ଗଜିନ୍ଦ୍ର ଖର୍ସେଲ, ରୁପଧର ପଟେଲ, ପ୍ରମୁଖ ଉପସ୍ଥିତ ରହି ଓଡ଼ିଶା ସରକାରର ବୈମାତୃକ ମନୋଭାବ, ଅବହେଳିତ ଅବସ୍ଥାରେ ପଶ୍ଚିମ କଲା ସଂସ୍କୃତି ଆଉ ଓଡ଼ିଆ ସଂସ୍କୃତିକୁ କୋଶଳ ସଂସ୍କୃତି ଉପରେ ଜବରଦସ୍ତି ଲଦି ଦେଇ ଜୁଲୁମ କରୁଥିବା ଦୁଃଖ ପ୍ରକାଶ କରିଛନ୍ତି । ଆଗକୁ ସଚେତନ ହେବା ସହ, କଲିଙ୍ଗ, କୋଶଳ, ଉତ୍କଳକୁ ନେଇ ଓଡ଼ିଶା ପ୍ରଦେଶ ଗଠନ ହୋଇଥିଲା । କିନ୍ତୁ କୋଶଲର ଇତିହାସକୁ ଓଡ଼ିଶା ସରକାର ଜାଣି ଶୁଣି ବିଲୋପ କରି, ଉତ୍କଳ, କଲିଙ୍ଗ ସଂସ୍କୃତିକୁ ଆପଣେଇବାକୁ ବାଧ୍ୟ କରିବା ନେଇ ଏପ୍ରିଲ ୧ରେ କଲା ଦିବସକୁ ବିରୋଧ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ସୁବାଷ ବର୍ଗତ୍ତି ଓ ପପୁ ସେନାପତିଙ୍କ ସହମତିରେ ବୈଠକ ଶେଷ କରାଯାଇଥିଲା ।

jayashree
Leave A Reply

Your email address will not be published.