oom

ପାଇକମାଲରେ ସଞ୍ଚାର ତାଲିମ ଶିବିର

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକର ପାଇକମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଏକ ଦିବସୀୟ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କର ପିତାମାତା ତଥା ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନଙ୍କର ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା । ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ରୂପେ ପଦ୍ମପୁର ଉପ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ମୁଖ୍ୟବକ୍ତା ରୂପେ ପାଇକମାଲ ତହସିଲଦାର ମନୋଜ କୁମାର ମେହେର,ସମ୍ମାନିତ ଅତିଥି ରୂପେ ବିଏସଏସଓ ସୌଭାଗ୍ୟ କୁମାର ବାଗ, ପାଇକମାଲ ଡାକ୍ତର ଶ୍ରୀଧର ପ୍ରଧାନ, ଏବିଡିଓ ଶିବି ପ୍ରସାଦ ଯୋଶୀ, ପ୍ରେମାନନ୍ଦ ବାରିକ ଯୋଗ ଦେଇଥିବା ବେଳେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ ସଭାପତିତ୍‌ବ କରିଥିଲେ । ତାଲିମ ଦାତା ଭାବେ ରୀତା ମେହେର, ଡୋଲାମଣି ମାହାର, ବିରେନ୍ଦ୍ର କୁମାର ସାହୁ, ମାଧବ ପୁରୋହିତ ତାଲିମ ପ୍ରଦାନ କରିଥିଲେ । ଏହି କାର୍ୟ୍ୟକ୍ରମକୁ ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସାହୁ, ଦୀପାଞଳି ବରିହା, ସୋନାଲି ମହାଲିକ ପରିଚାଳନା କରିଥିଲେ । ଏହି ତାଲିମ ଶିବିରରେ ଦଶ ଜଣ ପ୍ରଧାନ ଶିକ୍ଷକଙ୍କ ସମେତ ଚାଳିଶ ଜଣ ପିତାମାତା ଯୋଗ ଦେଇଥିଲେ । ଶେଷରେ ମହାଦେବ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.