ବୀର ସୁରେନ୍ଦ୍ର ସାଏ ବୈଷୟିକ ବି‌ଶ୍ୱବିଦ୍ୟାଳୟରେ ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ ଅଫଲାଇନ୍ କ୍ଲାସ୍

ବୁର୍ଲା : ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବି‌ଶ୍ୱବିଦ୍ୟାଳୟରେ ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ ଅଫଲାଇନ୍ କ୍ଲାସ୍ । ଏକାଧିକ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଯୋଗୁଁ ସମସ୍ତ ସେମିଷ୍ଟାର ଓ କ୍ଲାସକୁ ବୀର ସୁରେନ୍ଦ୍ର ସାଏ ବୈଷୟିକ ବି‌ଶ୍ୱବିଦ୍ୟାଳୟରେ ବାତିଲ କରାଯାଇ ସମସ୍ତ ଛାତ୍ରଛାତ୍ରୀଙ୍କ କ୍ଲାସ୍ ଓ ପରୀକ୍ଷାକୁ ଅନଲାଇନ୍ ମାଧ୍ୟମରେ କରାଯାଇଥିଲା । ପରବର୍ତ୍ତୀ ସମୟରେ ଭିସୁଟରେ କରୋନା ହ୍ରାସ ପାଇଥିବାରୁ ଆସନ୍ତା ୧୬ ତାରିଖଠାରୁ ଭିସୁଟର ଅଣ୍ଡର ଗ୍ରାଜୁଏଟ ଓ ପୋଷ୍ଟ ଗ୍ରାଜୁଏଟ ଛାତ୍ରଛାତ୍ରୀ ଅଫଲାଇନରେ ଆର‌ମ୍ଭ ହେବ କ୍ଲାସ୍ । ବିଶ୍ବବିଦ୍ୟାଳୟର ଦ୍ଵିତୀୟ ସେମିଷ୍ଟାରରୁ ୧୦ସେମିଷ୍ଟାର ପର୍ୟ୍ୟନ୍ତ ସମସ୍ତ ପ୍ରାକ୍ଟିକାଲ, ସେସନ କ୍ଲାସ୍, ଥେଓରି କ୍ଲାସ୍, ଡ୍ରଇଂ କ୍ଲାସ୍ ଅଫଲାଇନରେ ଦେବା ନିମନ୍ତେ ଭିସୁଟ୍ କୁଳପତି ନିର୍ଦ୍ଦେଶ ଦେଇଛନ୍ତି । ଏ ନେଇ ଭିସୁଟ୍ କୁଳପତି ବିଜ୍ଞପ୍ତି ଜାରି କରିଛନ୍ତି ।

Leave A Reply

Your email address will not be published.