ଚନ୍ଦ୍ରଶେଖର ମନ୍ଦିରରେ ମହାଦୀପ ଉଠିଲା

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ରୀତିନୀତି ଓ ପରମ୍ପରା ଅନୁସାରେ କୋଭିଡ କଟକଣା ଭିତରେ ମହା ଶିବରାତ୍ରି ପାଳିତ ହୋଇଯାଇଛି । ଘଣ୍ଟ, ଶଙ୍ଖ, ହୋରିବଲ୍, ହୁଳହୁଳି ‌ଧ୍ୱନିରେ ଦେବ ଦେବ ମହାଦେବଙ୍କ ମହାଦୀପ ସ୍ଥାନୀୟ ଶାନ୍ତିପଡା ସ୍ଥିତ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ବାବାଙ୍କ ମନ୍ଦିରରେ ନିର୍ଦ୍ଧାରିତ ସମୟରେ ମନ୍ଦିର ଶିଖରକୁ ଉଠିଛି । ଦୂରରେ ଥାଇ ଅନେକ ଭକ୍ତ ମହାଦୀପକୁ ଦର୍ଶନ କରିଛନ୍ତି । ସେହିଭଳି ବଲାଙ୍ଗିର ସହରର ସମସ୍ତ ଶିବ ମନ୍ଦିରରେ ରୀତିନୀତି ସହ ମହା ଶିବରାତ୍ରି ପାଳିତ ହୋଇଯାଇଛି ।

Leave A Reply

Your email address will not be published.