ବାପାଙ୍କୁ ଠକିଲା ଝିଅ : ଜାଲ୍‌ ଦସ୍ତଖତରେ ୪୦ ଲକ୍ଷ ଉଠେଇନେଲା

ସୁନ୍ଦରଗଡ଼ : ବାପାଙ୍କୁ ଠକିଛି ଝିଅ । ବାପାଙ୍କ ଜାଲ୍‌ ଦସ୍ତଖତରେ ଆକାଉଣ୍ଟରୁ ୪୦ ଲକ୍ଷ ଉଠାଇ ନେଇଥିବା ଭଳି ଏକ ଖବର ଆସିଛି । ଏ ସଂକ୍ରାନ୍‌ନ୍ତରେ ଜାଣିବା ପରେ ବାପା ଝିଅ ନାଁରେ ଏତଲା ଦେଇଥିବା ସୂଚନା ମିଳିଛି । ସୁନ୍ଦରଗଡ଼ ଜିଲ୍ଲା ହେମଗିର ଥାନା ଗୋପାଳପୁର ଅଞ୍ଚଳରେ ଏପରି ଘଟଣା ଘଟିଛି । ବାପା ଏମ୍‌ସିଏଲ୍‌ ବିସ୍ଥାପିତ ଭାବେ ବିପୁଳ କ୍ଷତିପୂରଣ ରାଶି ପାଇଥିଲେ ଓ ସେହି ରାଶିକୁ ସେ ସୁନ୍ଦରଗଡ଼ ବ୍ୟାଙ୍କରେ ଥିବା ନିଜ ଆକାଉଣ୍ଟରେ ଜମା କରିଥିଲେ । କିଞ୍ଜିରକେଲା ଥାନା ଅଞ୍ଚଳରେ ପ୍ରେମ ବିବାହ କରିଥିବା ଝିଅ ୬ ମାସ ତଳେ ବାପାଙ୍କ ଚେକ୍‌ ବହିରୁ କିଛି ଚେକ୍‌ ଚୋରାଇ ନେଇ ଆସିଥିବା ବେଳେ ଚେକ୍‌ରେ ବାପାଙ୍କ ଅବିକଳ ଦସ୍ତଖତ କରି ୪୦ ଲକ୍ଷ ଟଙ୍କା ନିଜ ଆକାଉଣ୍ଟକୁ ସ୍ଥାନାନ୍ତର କରି ନେଇଥିବା ଅଭିଯୋଗ ହୋଇଛି । ବାପା ହେମଗିର ଥାନାରେ ଏତଲା ଦେଇଛନ୍ତି ।

Leave A Reply

Your email address will not be published.