ସରକାରଙ୍କ ସିଧାସଳଖ ନିଯୁକ୍ତି ବିରୁଦ୍ଧରେ ରାଷ୍ଟ୍ରପତିଙ୍କୁ ଦାବୀପତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସମ୍ବିଧାନ ସଚେତନତା ଅଭିଯାନ ଓଡିଶା ତରଫରୁ ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ ଜରିଆରେ ଲେଟେରାଲ ଏନ୍ଟ୍ରି ବିରୁଦ୍ଧରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । କେନ୍ଦ୍ର ସରକାର ବିନା ପରୀକ୍ଷା ଏବଂ ଟ୍ରେନିଂରେ ସେକ୍ରେଟେରୀ ଓ ଡାରେକ୍ଟର ପୋଷ୍ଟ ପାଇଁ ୩୦ଜଣଙ୍କୁ ସିଧାସଳଖ ପୋଷ୍ଟିଂ କରିଛନ୍ତି । ନିୟମାନୁସାରେ ୟୁନିୟନ ପବ୍ଲିକ ସାର୍ଭିସ କମିଶନଙ୍କ ଦ୍ୱାରା ନିଯୁକ୍ତି କରାନଯାଇ ସରକାର ପଛୁଆ ବର୍ଗ ପ୍ରତି ଦୁର୍ନିତି କରିଥିବା ନେଇ ଦାବୀପତ୍ରରେ ଅଭିଯୋଗ କରାଯାଇଛି । ସାଧାରଣତଃ ପ୍ରଶାସନିକ ସେବା ମାଧ୍ୟମରେ ଚାକିରି କରି ପ୍ରାୟତଃ ୧୫ ବର୍ଷ ପରେ ଏହି ପଦବୀକୁ ଉନ୍ନିତ ହୋଇଥାନ୍ତି । କିନ୍ତୁ ବର୍ତ୍ତମାନର ସରକାର ସଂରକ୍ଷଣ ବିରୋଧି ଚୟନ ପ୍ରକ୍ରିୟା କରି ଆର୍ଟିକେଲ ୧୬.୪ର ସିଧାସଳଖ ଉଲଙ୍ଘନ କରିଛନ୍ତି । ଆର୍ଟିକେଲ ୧୬.୪, ଆର୍ଟିକେଲ ୧୫.୪ ପଛୁଆ ବର୍ଗର ମଜବୁତ ଅଧିକାର ଅଟେ । ସରକାର ଏହାକୁ ଉଲଙ୍ଘନ କରିଛନ୍ତି । ଏହା ବ୍ୟତୀତ ଉକ୍ତ ଅଧିକାରୀମାନଙ୍କ ଚୟନ ପ୍ରକ୍ରିୟା ମଧ୍ୟ ସମ୍ବିଧାନ ଦ୍ୱାରା ନିର୍ଦ୍ଦେଶିତ ହୋଇଥାଏ । ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ପଛୁଆ ବର୍ଗ, ଦିବ୍ୟାଙ୍ଗର ସଂରକ୍ଷଣ ବିରୋଧରେ ସରକାର କାର୍ୟ୍ୟ କରି ସେମାନଙ୍କୁ ତାଙ୍କର ସାମ୍ବିଧାନିକ ଅଧିକାରରୁ ବଂଚିତ କରାଯାଉଛି । ଏଣୁ ଅତି ଶୀଘ୍ର ଏହି ଚୟନକୁ ପ୍ରତ୍ୟାହାର ପାଇଁ ଦାବୀ କରାଯାଇଛି । ଦାବୀପତ୍ର ପ୍ରଦାନ ସମୟରେ ସମ୍ବିଧାନ ସଚେତନତା ଅଭିଯାନର ରାଜ୍ୟ ସଂଯୋଜକ ହିମାଂଶୁ ବିଭାର, ଜିଲ୍ଲା ସଂଯୋଜକ ଜନ୍ମଜୟ ବାରିକ ଓ ଜିଲ୍ଲା ସଭାପତି ଐବନ କୁମାର ଛତ୍ରିଆ ସମେତ ଅନେକ ସାମାଜିକ କର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.