ବିଜେପି ନେତାଙ୍କ ଗାଡି ଧରି ଫାଇନ ଆଦାୟ କଲେ ତହସିଲଦାର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାର ତୁଷୁରା ତହସିଲ କାର୍ୟ୍ୟାଳୟ ପକ୍ଷରୁ ଶନିବାର ଗୁଡଭେଲା ଓ ତୁଷୁରା ଏନଏସି ଅଞ୍ଚଳର ବିଭିନ୍ନ ସ୍ଥାନ ଚଢାଉ କରି ୫୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ତୁଷୁରା ତହସିଲଦାର ଚନ୍ଦ୍ରମଣି ନାଗ ପ୍ରକାଶ କରିଛନ୍ତି । ବେଆଇନ୍ ଭାବେ ଖର୍ଡା ନଦୀରୁ ଟ୍ରାକ୍ଟରରେ ବାଲି ଉଠାଥିବା ସ୍ଥାନୀୟ ବିଜେପି ନେତା ତଥା ତୁଷୁରା ଏନଏସିର ପୂର୍ବତନ କାଉନସିଲ ପ୍ରଦୀପ ସାହୁଙ୍କୁ ମଧ୍ୟ ଜୋରିମାନା କରାଯାଇଛି । ସେହିପରି ଚିପ୍ସ ନୋଇଥିବା ହାଇୱା ନମ୍ବର ଓଡି ୦୩ପି ୫୧୯୬ ଓ ବାଲି ନେଇ ଯାଉାଥିବା ଟ୍ରାକ୍କଟର ନମ୍ବର ଓଡି ୦୩ପି ୬୧୬୫ ଓ ଆଉ ଏକ ନମ୍ବର ବିହୀନ ଟ୍ରାକ୍ଟର ଦେଖି ତୁଷୁରା ତହସିଲଦାର ଅଟକାଇଥିଲେ । ଉକ୍ତ ସାମଗ୍ରୀର ସଠିକ କାଗଜପତ୍ର ନଥିବାରୁ ଉକ୍ତ ଗାଡିକୁ ଜରିବାନା ଆଦାୟ କରାଯାଇଥିଲା । ମୋଟ ୫୫ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ଶ୍ରୀ ନାଗ ପ୍ରକାଶ କରିଛନ୍ତି ।

2 Comments
  1. Nirakar behera says

    Good

    1. Koshala Prabaha says

      thanks

Leave A Reply

Your email address will not be published.