ତୁଷୁରାରେ ତୁଳସୀ ରାମାୟଣ ସୁନ୍ଦରାକାଣ୍ଡ ପାରାୟଣ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲା ତୁଷୁରା ସହର ସ୍ଥିତ କେଡିଆ ଭବନ ଠାରେ ଏକ ଦିନିଆ ତୁଳସୀ ରାମାୟଣ ସୁନ୍ଦରାକାଣ୍ଡ ପାରାୟଣ କାର୍ୟ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ବ୍ୟାସ ଭାବେ ମାଧୁରୀ ପାଣିଗ୍ରାହୀ ପାରାୟଣ ପଠନ କରିଥିବା ବେଳେ ତବଲିଷ୍ଟ ହୃଷିକେଶ ନାଏକ, ପ୍ରମୋଦ ଭୋଇ ଓ ବିଭୂତି ପ୍ରମୁଖ ଯନ୍ତ୍ରବାଦ୍ୟରେ ସହଯୋଗ କରିଥିଲେ । ପ୍ରଥମେ ପ୍ରଭୂ ରାମ, ଲକ୍ଷ୍ମଣ, ମାତା ସୀତା ଓ ହନୁମାନଙ୍କ ପୂଜା ଅର୍ଚ୍ଚନା କରାଯାଇଥିଲା । ଲୀଳାମୟ ମିଶ୍ର ପୂଜକ ଭାବେ ଦାୟିତ୍ୱ ତୁଲାଇଥିବା ବେଳେ ମନୋଜ ଜୈନ ଓ ତାଙ୍କ ଧର୍ମପତ୍ନୀ ମମତା କର୍ତ୍ତା ଭାବେ କାର୍ୟ୍ୟ ତୁଲାଇଥିଲେ । ଏହି କାର୍ୟ୍ୟକ୍ରମରେ ଆଶିଷ ଜୈନ, କଲାକାହ୍ନୁ କେଡିଆ ଆଦି ସହଯୋଗ କରିଥିଲେ ।

Leave A Reply

Your email address will not be published.