ଧାନ ସଂଗ୍ରହ କେନ୍ଦ୍ର ପରିସରରେ ବିଷ ପିଇ ଚାଷୀ ଗୁରୁତର

ଭଦ୍ରକ : ଧାନ ସଂଗ୍ରହ କେନ୍ଦ୍ର ପରିସରରେ ବିଷ ପିଇ ଜଣେ ଚାଷୀ ଗୁରୁତର ଅବ‌ସ୍ଥାରେ ମେଡିକାଲରେ ଭ‌ର୍ତ୍ତି ହୋଇଛନ୍ତି ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଭଦ୍ରକ ବ୍ଲକ ବନ୍ଧଗାଁ ପଞ୍ଚାୟତରେ ବାବା ରାମେଶ୍ୱର ମହିଳା ଗୋଷ୍ଠିକୁ ଧାନ କିଣା ପାଇଁ ନିର୍ଦେଶ ଦିଆଯାଇଥିଲା । ଟୋକନ ତାରିଖ ବିତିଯାଇଥିଲେ ମଧ୍ୟ ଧାନ ନେଉ ନ ଥିବାରୁ ବାରମ୍ବାର ଚାଷୀ ଜଣକ କେନ୍ଦ୍ରକୁ ଯାଇ ଫେରୁଥିଲେ । ତେବେ ଟୋକନ ତାରିଖ ଯିବା ପରେ ମଧ୍ୟ ଦାୟିତ୍ୱରେ ଥିବା ମହିଳା ଗୋଷ୍ଠୀ ଧାନ ନେଇ ନ ଥିଲେ । ତେବେ ଆଜି ରାମକୃଷ୍ଣ ପଣ୍ଡା ନାମକ ଚାଷୀ ଧାନ ସଂଗ୍ରହ କେନ୍ଦ୍ରକୁ ଯାଇଥିଲେ । ସେଠାରେ ତାଙ୍କ ଟୋକନ ତାରିଖ ପରେ ଧାନ ନ ନେବାରୁ ସେ ଧାନ ସଂଗ୍ରହ କେନ୍ଦ୍ର ପରିସରରେ ବିଷ ପିଇଥିଲେ । ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଟୋକନ ତାରିଖ ବିତିଯାଇଥିଲେ ଧାନ ନେଉ ନ ଥିବାରୁ ସେ ନିରାଶ ହୋଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ ।

Leave A Reply

Your email address will not be published.