ଏଚଆଇଭି ପଜିଟିଭଙ୍କ ବିବାହୋତ୍ସବ : ଯୋଗ ଦେଲେ ଜିଲ୍ଲାପାଳ

ବ୍ରହ୍ମପୁର : ଆଜି ଗୋପାଳପୁରର ଶ୍ରଦ୍ଧା ସଞ୍ଜୀବନୀ ଶିଶୁ ଯତ୍ନ ଗୃହରେ ବ୍ରହ୍ମପୁରର ଦୁଇଜଣ ଏଚଆଇଭି ପଜିଟିଭ ବିବାହ ବନ୍ଧନରେ ବା‌ନ୍ଧିହୋଇଛ‌ନ୍ତି । ତେବେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ନବବିବାହିତଙ୍କୁ ଆଶୀର୍ବାଦ ଦେଇ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ବିବାହୋତ୍ସବ ଗଞ୍ଜାମ ଜିଲ୍ଲାପ୍ରଶାସନ ‌ଦ୍ୱାରା ଅୟୋଜିତ କରାଯାଇଥିଲା । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଏହି ବିବାହରେ ଯୋଗ ଦେଇଥିଲେ ବୋଲି ଜଣାପଡିଛି ।

Leave A Reply

Your email address will not be published.