ଦିୱଦୀ ମନ୍ଦିରରେ ଦେବୀ ମା’ଙ୍କୁ ଦର୍ଶନ କଲେ ମହେନ୍ଦ୍ର ସିଂହ ଧୋନୀ

ରାଂଚି : ରାଂଚି ସ୍ଥିତ ପ୍ରସିଦ୍ଧ ଦିୱଦୀ ମନ୍ଦିରରେ ଦେବୀ ମା’ଙ୍କ ଦର୍ଶନ କରିଛନ୍ତି ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ । ମନ୍ଦିରରେ ଧୋନୀ ମା’ଙ୍କ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇଥିଲେ । ଏହି ସମୟରେ ତାଙ୍କୁ ଦେଖିବା ଲାଗି ପ୍ରଶଂସକଙ୍କର ପ୍ରବଳ ଭିଡ଼ ଲାଗିଥିଲା । ରାଞ୍ଚୀରୁ କିଛି ବାଟ ଦୂରରେ ଥିବା ତମାଡରେ ଏହି ମନ୍ଦିର ପ୍ରତିଷ୍ଠା କରାଯାଇଛି । ମନ୍ଦିରର ମୁଖ୍ୟ ପୂଜାରୀ ପଣ୍ଡିତ ମନୋଜ ପଣ୍ଡା ଓ ପଣ୍ଡିତ ନରସିଂହ ପଣ୍ଡା ବିଦ୍ଧିବିଧାନ ସହ ଧୋନୀଙ୍କ ପାଇଁ ପୂଜା କରିଥିଲେ । ଧୋନୀ ପ୍ରାୟ ୨୨ ମିନିଟ୍ ଧରି ମନ୍ଦିରରେ ରହିଥିଲେ ।

Leave A Reply

Your email address will not be published.