ମୁନିଚନ୍ଦ ମାଝୀ ମେମୋରିଆଲ କ୍ରିକେଟ : ମାଣ୍ଡୋସିଲ ୱାନ ଇଲେଭେନ ଚମ୍ପିୟାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଳ ବ୍ଳକ ମାଣ୍ଡୋସିଲ ମୁନିଚନ୍ଦ ମାଝୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ପତ୍ରାପାଲିକୁ(ବେଲପଡା) ହରାଇ ମାଣ୍ଡୋସିଲ ‌ୱାନ ଇଲେଭେନ ଚମ୍ପିୟାନ ହୋଇଛି । ମାଣ୍ଡୋସିଲ ପ୍ରଥମ ବ୍ୟାଟିଂ କରି ୮ ଓଭରରେ ୭୯ ରନ ସଂଗ୍ରହ କରିଥିଲେ । ଏହାର ଜବାବରେ ପତ୍ରାପାଲି ଦଳ ୫ ୱିକେଟ ହରାଇ ୬୫ ରନ କରି ପରାଜିତ ହୋଇଥିଲେ । ଉଗ୍ରସେନ ପ୍ରଧାନ ଓ ସରୋଜ ପ୍ରଧାନ ଖେଳ ପରିଚାଳନା କରିଥିଲେ । ବିଜୟ ବରିହା ସ୍କୋରର ଥିବା ବେଳେ ବେଳେ ଲଳିତ ଜଗତ ଧାରାବିବରଣୀ ପ୍ରଦାନ କରିଥିଲେ । ଫାଇନାଲ ମ୍ୟାଚର ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ‌ସ୍ୱତନ୍ତ୍ର ଶ୍ରେଣୀ କଣ୍ଟାକ୍ଟର ମହେନ୍ଦ୍ର ଖୁଣ୍ଟିଆ ଓ ସମ୍ମାନିତ ଅତିଥି ଭାବେ ଗୋକୁଳାନନ୍ଦ ଡନସନା, ପରମେଶ୍ଵର ମଲ୍ଲିକ, ନରସିଂହ ନାୟକ, ଦୁଃଶାସନ କୁମ୍ଭାର, ସଞ୍ଜୟ ମୁନ୍ନା ଯୋଗ ଦେଇ ଚମ୍ପିୟାନ ଓ ରନର୍ସ ଦଳକୁ ପୁରସ୍କୃତ କରିଥିଲେ । ଦେବସିଂ ଭରାସାଗର, ଲୋକନାଥ ନାୟକ, ନିର୍ମଳ ନାୟକ, ଦୁଃଶମନ୍ତ ସାହୁ, ତାପସ ରଂଜନ ସାହୁ, ବିଭୁ ରଞ୍ଜନ ରାଉତ, ଅନିଲ ଦାସ, ମନୋରଞ୍ଜନ ମଲ୍ଲିକ, ହେମାନନ୍ଦ ବିଶ୍ୱାଳ, ମହେଶ ନାୟକ, ରାଧାକାନ୍ତ ରଣା, ଗୋକୁଳ ବି‌ଶ୍ୱାଳ, ମହେନ୍ଦ୍ର ଭୋଇ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.