‘କୋସଲି ସ୍ବାଭିମାନ ଦିନ’ ପାଳିତ

ଖଡ଼ିଆଳ, (ପୁସ୍ତମ ଯୁଆଡି) : କୋସଲ ରତ୍ନ ପଣ୍ଡିତ ପ୍ରୟାଗ ଦତ୍ତ ଯୋଷୀଙ୍କ ଜନ୍ମ ଦିନ ଅବସରରେ ପ୍ରୟାଗଦତ୍ତ ଜୟନ୍ତୀ ପାଲନ କମିଟୀ ତରଫରୁ ଖରିଆରରେ ଥିବା କଲ୍ୟାଣ ମଣ୍ଡପ ଠାରେ କୋସଲି ସ୍ବାଭିମାନ ଦିନ ମହା ସମାରୋହରେ ପାଳିତ ହୋଇଯାଇଛି । ଖରିଆରରେ ଥିବା ବଡଗୁଡିରୁ ଶୋଭାଯାତ୍ରାରେ ବାହାରି ପ୍ରଥମେ ତାଂକ ବାସଭବନରେ ଶ୍ରଦ୍ଧାଂଜଳି ଅର୍ପଣ ପରେ ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମ ସହ ନଗର ପରିକ୍ରମା କରି କଲ୍ୟାଣ ମଣ୍ଡପରେ ପହଞ୍ଚି ସଭା କାର୍ୟ୍ୟ କରାଯାଇଥିଲା । ଶୋଭାଯାତ୍ରାରେ ପାଟଣାଗଡରୁ କୋସଲି ଡେରା, ବରଗଡରୁ କୋସଲି କ୍ରିୟାନୁଷ୍ଠାନ କମିଟୀ, ବଙ୍ଗୋମୁଣ୍ଡାରୁ କୋସଲି ଭାସା ସଂସ୍କୃତି ପରିଷଦ ତଥା ପ୍ରାୟ ଦୁଇ ଶହରୁ ଅଧିକ କବି ଓ ଜନ ସାଧାରଣ ଅଂଶ ଗ୍ରହଣ କରିଥିଲେ । ଫଣିନ୍ଦମ ସିଂ ଦେଓଙ୍କ ସଭାପତିତ୍ବରେ କାର୍ୟକ୍ରମ ପରିଚାଳିତ ହୋଇଥିଲା । ଗୋରେଖନାଥ ସାହୁ, ସୁରଜିତ ସିଂ ମହାରଥା, ଦିଲୀପ ପଶାୟତ, ଟିକେଲାଲ ବେହେରା, ଶ୍ରୀକାନ୍ତ ଚାଟାର୍ଜୀ, ପରମେଶ୍ବର ମୁଣ୍ଡ, ସାକେତ ଶ୍ରୀଭୂଷଣ ସାହୁ, ନିମାଇଁ ପାଣିଗ୍ରାହୀ, ଜିତୁ ପଟ୍ଟନାୟକ ପ୍ରମୁଖ ଭାଷାକର୍ମୀ ମଞ୍ଚାସୀନ ଥିଲେ । ଆଗାମୀ ବର୍ଷ ପ୍ରୟାଗଦତ୍ତ ଯୋଷୀଙ୍କର ପ୍ରତିମୂର୍ତୀ ସ୍ଥାପନ କରିବାକୁ ଅତିଥି ମାନେ ମତବ୍ୟକ୍ତ କରିଥିଲେ । କୋସଲି ଭାସାର ବହୁଳ ପ୍ରଚାର ତଥା ପ୍ରସାର ନିମନ୍ତେ ଆହୁରି ଗୁରୁତ୍ବ ଦେବାପାଇଁ ଅତିଥି ମାନେ କହିଥିଲେ । ପୂର୍ବରୁ ଆୟୋଜିତ ପ୍ରତିଯୋଗିତା ନିମନ୍ତେ ବିଭିନ୍ନ ବିଦ୍ୟାଲୟ ତଥା ମହାବିଦ୍ୟାଲୟର ଛାତ୍ରଛାତ୍ରୀଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା । ଧନ୍ୟବାଦ ପର୍ବରେ ଜିତୁ ପଟନାୟକ ମତ ବ୍ୟକ୍ତ କରିଥିଲେ ଯେ, ଆଗାମୀ ବର୍ଷ ଏହି କାର୍ୟ୍ୟକ୍ରମ ତିନି ଦିନ ଧରି ପାଳନ କରିବାକୁ ପ୍ରୟାସ କରାଯିବ ।

Leave A Reply

Your email address will not be published.