csstore

ଆରଏମସି କର୍ମଚାରୀଙ୍କ ନାଁରେ ଅଭିଯୋଗ କଲେ ଚାଷୀ ତୋଷରାଜ ମେହେର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ରାଜବୋଡାସମର ବ୍ଲକ ଅନ୍ତର୍ଗତ ବୁଡାମାଲ ମଣ୍ଡିରେ କାର୍ୟ୍ୟରତ ଆରଏମସି କର୍ମଚାରୀଙ୍କ ନାଁରେ ଅଭିଯୋଗ ଆଣିଲେ ଖଇରପାଲି ଗ୍ରାମର ଚାଷୀ ତୋଷରାଜ ମେହେର । ଆଜି ବରଗଡ଼ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ଡାକ ଯୋଗେ । ସେ ଅଭିଯୋଗ କରିବାର କାରଣ ହେଲା ଯେ, ଡିସେମ୍ବର ମାସର ଷୋହଳ ଓ ସତର ଦୁଇ ହଜାର କୋଡ଼ିଏ ତାରିଖରେ ନିଜ ଧାନ ବିକ୍ରି କରିବା ପାଇଁ ଟୋକନ ପାଇଥିଲେ । ଡିସେମ୍ବର ଉଣେଇଶ ତାରିଖରେ ବୁଡାମାଲ ମଣ୍ଡିରେ ଧାନ ପକାଇଲେ । ଏଠାରେ କାର୍ୟ୍ୟରତ ଥିବା ଆରଏମସି କର୍ମଚାରୀ ରଶ୍ମି ରଞ୍ଜନ ସେଠ ତୋଷରାଜ ମେହେରଙ୍କ ଧାନ ବିକ୍ରି କରିବାକୁ ନଦେଇ ପଛରେ ଯେଉଁମାନେ ଟୋକନ ପାଇଥିଲେ, ସେମାନଙ୍କ ଧାନ ବିକ୍ରି କରି ଦେଇଥିବାରୁ ଏହାର ସଠିକ ତଦନ୍ତ କରି ବରଗଡ଼ ଜିଲ୍ଳପାଳ, ରଶ୍ମି ରଞ୍ଜନ ସେଠଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଡାକ ଯୋଗେ ଅଭିଯୋଗ କରିଛନ୍ତି । ପ୍ରକୃତରେ ଏହି ଆରଏମସି କର୍ମଚାରୀ ରଶ୍ମି ରଞ୍ଜନ ସେଠ, ବରଗଡ଼ ଡିଆରସିଏସ, ଚିଫ ସିଏସଓ.ଙ୍କ ବିରୋଧରେ କାହିଁକି ଓ କାହାସ୍ବାର୍ଥ ପାଇଁ କାର୍ୟ୍ୟାନୁଷ୍ଠାନ ନିଆ ଯାଉନାହିଁ ବୋଲି ଚାଷୀ ମହଲରେ ପ୍ରଶ୍‌ଶ୍ନ ଉଠିଛି । ଏହାଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ ନ ହେବା ପର୍ୟ୍ୟନ୍ତ ଲଢେ଼ଇ ଜାରି ରହିବ ବୋଲି ତୋଷରାଜ ମେହେର ସୂଚନା ପ୍ରଦାନ କରିଛନ୍ତି ।

jayashree
Leave A Reply

Your email address will not be published.