ବିଧାନସଭା ନିର୍ବାଚନ ପୂର୍ବରୁ ଅଭିନେତ୍ରୀ ପାୟଲ ସରକାର ବିଜେପିରେ ସାମିଲ୍‌

କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଖେଇ ଆସୁଛି । ସମସ୍ତ ରାଜନୈତିକ ଦଳ ନିଜକୁ ମଜବୁତ କରିବା ପାଇଁ ଜୋର୍‌ସୋର୍‌ ଲାଗି ପଡ଼ିଛନ୍ତି । ବିଜେପି ମଧ୍ୟ ନିଜର ସମ୍ପୂର୍ଣ୍ଣ ଶକ୍ତି ସାମର୍ଥ୍ୟ ଲଗାଇ ଦେଇଛି । ଏମିତି ସମୟରେ ଅଭିନେତ୍ରୀ ପାୟଲ ସରକାର ବିଜେପିରେ ସାମିଲ ହୋଇଛନ୍ତି । ଗୁରୁବାର କୋଲକାତା ସ୍ଥିତ ଏକ କାର୍ୟ୍ୟକ୍ରମରେ ପାୟଲ ବିଜେପିରେ ଯୋଗ ଦେଇଛନ୍ତି । ଏହି କାର୍ୟ୍ୟକ୍ରମରେ ରାଜ୍ୟ ପାର୍ଟି ମୁଖ୍ୟ ଦୀଲିପ ଘୋଷ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ, ପାୟଲ ଟଲିଉଡ଼ର ଜଣେ ଜଣାଶୁଣା ଅଭିନେତ୍ରୀ । ୨୦୧୦ରେ ସେ ‘ଲେ ଚକ୍କା’ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଆନନ୍ଦଲୋକ ପୁରସ୍କାର ଲାଭ କରିଥିଲେ । ୨୦୦୪ରେ ସେ ନିଜ କ୍ୟାରିୟର ଆରମ୍ଭ କରିଥିଲେ ।

Leave A Reply

Your email address will not be published.