csstore

କୃଷ୍ଣଚନ୍ଦ୍ର ସାହୁ ଅଖିଳ ଭାରତ ଅଣସଂଗଠିତ ଶ୍ରମିକ କଂଗ୍ରେସର ନିର୍ମାଣ କ୍ଷେତ୍ର ରାଜ୍ୟ ସଂଯୋଜକ ଭାବେ ମନୋନୀତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଅଖିଳ ଭାତର କଂଗ୍ରେସ କମିଟିର ଅନୁମୋଦନ କ୍ରମେ ଅଣ ସଂଗଠିତ ଶ୍ରମିକ କଂଗ୍ରେସର ନିର୍ମାଣ କ୍ଷେତ୍ର ରାଜ୍ୟ ସଂଯୋଜକ ଭାବେ ଆଇଏନଟିୟୁସିର ବିଲାଙ୍ଗିର ଜିଲ୍ଲା ସଭାପତି କୃଷ୍ଣ ଚନ୍ଦ୍ର ସାହୁଙ୍କୁ ଅଖିଳ ଭାରତ ଅଣସଂଗଠିତ ଶ୍ରମିକ କଂଗ୍ରେସର ଜାତୀୟ ସଭାପତି ଅରବିନ୍ଦ ସିଂ ଓ ରାଜ୍ୟ ଅଧ୍ୟକ୍ଷ ବିଦ୍ୟାଧର ମହାନ୍ତି ନିଯୁକ୍ତ ପ୍ରଦାନ କରିଛନ୍ତି । ଏଥି ସହିତ ଅଣ ସଂଗଠିତ ସ୍ତରକୁ ତୃଣମୂଳ ସ୍ତରରେ ଦୃଢ ଭାବେ ଗଢ଼ି ତୋଳିବା ପାଇଁ ବଲାଙ୍ଗିର ଜିଲ୍ଲାର ଜଣେ ମହିଳା ନେତ୍ରୀଙ୍କୁ ମଧ୍ୟ ଘରୋଇ ହସ୍ତତନ୍ତ କ୍ଷେତ୍ର ରାଜ୍ୟ ସଂଯୋଜିକା ଭାବେ ଗୀତାଞ୍ଜଳି କୀର୍ତ୍ତିଙ୍କୁ ନିଯୁକ୍ତି ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଟିଟିଲାଗଡ ଅଂଚଳର ମହିଳା ନେତ୍ରୀ ରମା ତାଣ୍ଡିଙ୍କୁ ଜିଲ୍ଲା ସଂଯୋଜିକା ଓ ଚକା ଚରଣ ମାଝୀଙ୍କୁ ଜିଲ୍ଲା ସଂଯୋଜକ ଭାବେ ଅଖିଳ ଭାରତ ଅଣ ସଂଗଠିତ ଶ୍ରମିକ କଂଗ୍ରେସ ତରଫରୁ ନିଯୁକ୍ତ ପ୍ରଦାନ କରାଯାଇଥିବା ସୂଚନା ମିଳିଛି । ଏଥି ଯୋଗୁଁ ଅଖିଳ ଭାରତ କଂଗ୍ରେସ କମିଟିର ଜାତୀୟ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଜାତୀୟ ସଂଗଠନର ଜାତୀୟ ଅଧ୍ୟକ୍ଷ ଅରବିନ୍ଦ ସିଂ, ଡା ରାମଚନ୍ଦ୍ର ଖୁଣ୍ଟିିଆ ଓ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ତଥା ରାଜ୍ୟ ଅଧ୍ୟକ୍ଷ ବିଦ୍ୟାଧର ମହାନ୍ତିଙ୍କୁ ନବ ନିଯୁକ୍ତ ସଂଯୋଜକ, ସଂଯୋଜିକା ଓ ରାଜ୍ୟ ସଂଯୋଜିକା କୃତଜ୍ଞତା ଜଣାଇଛନ୍ତି ।

jayashree
Leave A Reply

Your email address will not be published.