ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୧୦ ବଖରା ଘର

ମହାକାଳପଡା : ଭୟାବହ ଅଗ୍ନିକାଣ୍ଡ ଘଟିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ଗୟାସପୁର ଗାଁରେ । ଗାଁର ସୁଲେଖ ରାଉତ ନାମକ ଜଣେ ବ୍ୟକ୍ତିଙ୍କ ଘରେ ପ୍ରଥମେ ନିଆଁ ଲାଗିଥିବା ଜଣାପଡିଛି । ଏହା ପରେ ନିଆଁ ଭୟଙ୍କର ରୂପ ନେବା ସହ ପଡୋଶୀ ବିଜୟ ସେଠୀ ଓ ଅନ୍ୟ ବ୍ୟକ୍ତିଙ୍କ ଘରକୁ ମଧ୍ୟ ବ୍ୟାପି ଯାଇଥିଲା । ଫଳରେ ପ୍ରାୟ ୧୦ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁଙ୍କୁ ଆୟତ୍ତ କରିଛି । ତେବେ ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ କ୍ଷୟକ୍ଷତିର ଆକଳନ କରାଯାଇ ନାହିଁ ।

Leave A Reply

Your email address will not be published.