କୋଇଲା ଚୋରି ରୋକିବାକୁ ଯାଇ ଦୁଇ ଆରପିଏଫ୍ କର୍ମଚାରୀ ଲହୁଲୁହାଣ

ଭଦ୍ରକ : ଭଦ୍ରକ ଜିଲ୍ଲା ଧାମରା ଅନ୍ତର୍ଗତ ନାଲଗୁଣ୍ଡା ପାଳଶପୁରରେ ଅଭିଯୋଗ ହୋଇଥିଲା ଯେ, ଧାମରାରୁ ଟ୍ରେନରେ ଆସୁଥିବା କୋଇଲା ଚୋରା ଚାଲାଣ ହେଉଛି । ଚୋରା କୋଇଲାକୁ ସ୍ଥାନୀୟ ଲୋକ ଇଟା ଭାଟିରେ ବ୍ୟବହାର କରୁଛନ୍ତି । ତେବେ ଏହାର ତଦନ୍ତ ପାଇଁ ଖୋର୍ଦ୍ଧା ଡିଭିଜନର ଦୁଇ ଜଣ ଆରପିଏଫ୍ କର୍ମଚାରୀ ଯାଇଥିଲେ । ଏତିକିବେଳେ ହଠାତ୍ କିଛି କୋଇଲା ମାଫିଆ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ । ଫଳରେ ଦୁଇ ଜଣ ଆରପିଏଫ୍ କର୍ମଚାରୀ ଗୁରୁତର ହୋଇଥିଲେ । ପରେ ତା‌ଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନେ ହେଲେ ମୁକେଶ କୁମାର ଓ ପୂର୍ଣ୍ଣଚନ୍ଦ୍ର ପଣ୍ଡା । ଚାନ୍ଦବାଲି ପୋଲିସ ଘଟଣା ‌ସ୍ଥଳରେ ପହ‌ଞ୍ଚି ଆକ୍ରମଣ ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.