ମୁନିକ୍ ଚାନ୍ଦ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ସେମି ଫାଇନାଲରେ ଛିନ୍ଦେଇକେଳା ଦଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ମାଣ୍ଡୋସିଲ ବଡ ଖେଳ ପଡିଆ ଠାରେ ମୁନିକ୍ ଚାନ୍ଦ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ଦିନରେ ୫ ଟି ମ୍ୟାଚ ଥିଲା । ପ୍ରଥମ ମ୍ୟାଚ ମାଣ୍ଡୋସିଲ୍ ଓ ଜାମସେଠ ମଧ୍ୟରେ ହୋଇଥିବା ବେଳେ ଏଥିରେ ମାଣ୍ଡୋସିଲ୍ ଦଳ ବିଜୟ ଲାଭ କରି କ୍ୱାଟର ଫାଇନାଲକୁ ଉନ୍ନତି ହୋଇଥିଲା । ଦ୍ଵିତୀୟ ମ୍ୟାଚ ପଥରେଲ ଓ ଖରାମାଳ ମଧ୍ୟରେ ଥିଲା ହେଲେ ପଥରେଲ ଦଳ ନ ଆସିବାରୁ ଖରା ମାଳଦଳକୁ ୱାକ୍ଓଭର ଦିଆଗଲା । ତୃତୀୟ ମ୍ୟାଚ ଛିନ୍ଦେଇକେଳା ଓ ଚୋରମୁଣ୍ଡା ମଧ୍ୟରେ ଏଥିରେ ଛିନ୍ଦେଇକେଳା ଦଳ ବିଜୟ ଲାଭ କରିଥିଲା । ଚତୁର୍ଥ ମ୍ୟାଚ ଖରାମାଳ ଓ ଛିନ୍ଦେଇକେଳା ମଧ୍ୟରେ ହୋଇଥିଲା । ଏଥିରେ ଛିନ୍ଦେଇ କେଳା ଦଳ ବିଜୟ ଲାଭ କରି କ୍ୱାଟର ଫାଇନାଲକୁ ଯାଇଥିଲା । ପଞ୍ଚମ ମ୍ୟାଚ କ୍ୱାଟର ଫାଇନାଲ ଛିନ୍ଦେଇକେଳା ଓ ମାଣ୍ଡୋସିଲ୍ ମଧ୍ୟରେ ହୋଇଥିଲା । ତେବେ ଏଥିରେ ଛିନ୍ଦେଇ କେଳା ଦଳ ବିଜୟ ଲାଭ କରି ସେମି ଫାଇନାଲକୁ ପ୍ରବେଶ କରିଛି । ଦେବସିଂ ଭରାସାଗର, ଲୋକନାଥ ନାୟକ, ବେଦ ପୁଟା ଖେଳ ପରିଚାଳନା କରିଥିବା ବେଳେ ସ୍କୋରର୍ ବିଜୟ ବରିହା କରିଥିଲେ । ଲଲିତ ଜଗତ ଧାରା ବିବରଣୀ ଦେଇଥିଲେ । ଆସନ୍ତା କାଲି ମଧ୍ୟ ୫ ଟି ମ୍ୟାଚ ଖେଳା ଯିବ ବୋଲି ସଭାପତି ନିର୍ମଳ ନାୟକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.