
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ସୁବର୍ଣ୍ଣମେରୁ ମନ୍ଦିର ପ୍ରାଙ୍ଗଣରେ ଥିବା ପୁରାତନ ମା’ ମହାକାଳୀ ପୀଠରେ ଧୁମଧାମରେ କାଳୀ ପୂଜା ଅନୁଷ୍ଠିତ ହୋଇଯାଇଛି । ସକାଳ ୧୦ଟା ବେଳେ ଘଣ୍ଟ, ବାଦ୍ୟ, ବାଜା ସହ ସ୍ଥାନୀୟ ମହାନଦୀ ସ୍ଥିତ ତେନ୍ତୁଳିଘାଟରୁ ମା’ ଗଙ୍ଗାଙ୍କୁ ପୂଜା କରିବା ପରେ ଜଳ ଆଣି କଳସ ଶୋଭାଯାତ୍ରା ହେବା ପରେ ମା’ଙ୍କ ପୂଜାର୍ଚ୍ଚନା ହୋଇଥିବା ବେଳେ ଅପରାହ୍ନରେ ସାମୂହିକ ପ୍ରସାଦ ସେବନ ହୋଇଥିଲା । ଏବଂ ରାତିରେ ମା’ କାଳୀଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ସପ୍ତଶତୀ ଚଣ୍ଡି ମହାଯଜ୍ଞ ଅନୁଷ୍ଠିତ ହୋଇ ରାତିରେ ମହା ଆଳତୀ ସହ ପୂଜା କାର୍ଯ୍ୟ ସମାପ୍ତ ହୋଇଥିଲା । ମନ୍ଦିରର ପୂଜକ ସୁରୁବାବୁ ଡାଙ୍ଗୁଆ, ମଙ୍ଗୁଳୁ ଡାଙ୍ଗୁଆଙ୍କ ସହ ଆଚାର୍ଯ୍ୟ ପଣ୍ତିତ ଆନନ୍ଦ କୁମାର ମିଶ୍ର ସମଗ୍ର ପୂଜା କାର୍ଯ୍ୟ ନିର୍ବାହ କରିଥିବା ବେଳେ କର୍ତ୍ତା ଭାବରେ ସୁବାସ ମିଶ୍ର, ଘାସିରାମ ଦାସ, ସପନ ଥାନାପତି, ହରି ଶଙ୍କର ପାଢ଼ୀ, ଶେଷଦେବ କର୍ଣ୍ଣ, ନନ୍ଦନ ସେଠୀ, ଲୁଲୁ ପାତ୍ର, ସ୍ୱରୂପ ପାତ୍ର, ପ୍ରଭାସ ଠାକୁର, ଗଙ୍ଗାଧର କର୍ମୀ, ପ୍ରମୋଦ ନାଏକ, ସୁରଜ ପାତ୍ର, ତିଲୋଚନ ବାରିକ, ଅଶ୍ୱିନୀ ମେହେର, ରଞ୍ଜିତ, ଅନିଲ, ସାଲବେଗ, ଜଗା, ପଙ୍କଜ, ନକୁଳ, ରାଜେଶଙ୍କ ସମେତ ଅନେକ ଭକ୍ତ ଉପସ୍ଥିତ ଥିବାବେଳେ ସମସ୍ତ ଭକ୍ତଙ୍କ ସହଯୋଗରେ ପୂଜା କାର୍ଯ୍ୟ, ପ୍ରସାଦ ସେବନ ଓ ଯଜ୍ଞ ଶୃଙ୍ଖଳାର ସହ ସମସ୍ତ କାର୍ଯ୍ୟ ସମାପନ ହୋଇଥିଲା ।