jayashree

ମଲମୁଣ୍ଡା କ୍ଲଷ୍ଟରରେ ପଞ୍ଚମ ମାସିକ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ୍ ଅନ୍ତର୍ଗତ ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ପଞ୍ଚମମାସିକ ବୈଠକ ସରକାରୀ ପ୍ରାଥମିକ ବିଦ୍ୟାଳୟ, କୁଲେରବାହାଲି ଠାରେ ସିଆର୍‌ସିସି ପ୍ରମୋଦ କୁମାର ପଟେଲଙ୍କ ଆବାହକ କ୍ରମେ ପଞ୍ଚମ ମାସିକ ବୈଠକ ନଭେମ୍ବର୨୦୨୬ ମାସ କାର୍ଯ୍ୟସୂଚୀ ଅନୁସାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସିଆର୍‌ସିସି ପ୍ରମୋଦ କୁମାର ପଟେଲ ଓ ଶିକ୍ଷୟତ୍ରୀ ସିପିକା ସ୍ଵାଇଁ ସାଧନ କର୍ମୀ ଭାବେ ମୌଳିକ ସାକ୍ଷରତା ପଠନ ଦକ୍ଷତାର ବିକାଶ, ମୌଳିକ ସଂଖ୍ୟା ଜ୍ଞାନ, ଗ୍ୟାଲେରୀ ପରିଭ୍ରମଣ, ନ୍ୟସ୍ତ କାର୍ଯ୍ୟର ଆଲୋଚନା – ସମସ୍ତ ଶିକ୍ଷାର୍ଥୀଙ୍କୁ ଅନ୍ତର୍ଭୁକ୍ତ କରିବା, ଶିକ୍ଷଣ ସୋପାନ ରେଜିଷ୍ଟର – ଜିଲ୍ଲା ଓ କ୍ଲଷ୍ଟର ସ୍ତରୀୟ ଶୈକ୍ଷିକ ଆଲୋଚନା, ପ୍ରୟାସ ସୂଚକ , ଶୈକ୍ଷିକ ଯୋଜନା ପ୍ରସ୍ତୁତି ଓ ମଧ୍ୟ ପର୍ଯ୍ୟାୟ, ନ୍ୟସ୍ତ କାର୍ଯ୍ୟ ଚିନ୍ତନର ବିକାଶ ପାଇଁ ପ୍ରଶ୍ନ ସଂକ୍ଷେପଣ ଆଦି ପ୍ରସଙ୍ଗରେ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏଥିରେ କଳ୍ପନାରାଣୀ ପଟେଲ, ଶୋଭାବନ ନାଏକ, ସୁଲୋଚନା ବେହେରା, ଶଶାଙ୍କ ଶେଖର ବହିଦାର, ଅଶ୍ଵିନୀ ସାହୁ, ଅଳ୍ପନା ପ୍ରିୟଦର୍ଶିନୀ ଜେନା, ମନସା ହୋତା, ଗୋଲକ ବିହାରୀ ପଣ୍ଡା, ଗୁରୁଦେବ ଖମାରି, ପରୀକ୍ଷିତ କୁମ୍ଭାର, ଦମୟନ୍ତୀ ମିଶ୍ର, ଦିପ୍ତିମୟୀ ପଣ୍ଡା, ପବିତ୍ର କୁମାର ଭାଟି ପ୍ରମୁଖ ଯୋଗ ଦେଇ ବୈଠକରେ ସକ୍ରୀୟ ଅଂଶ ଗ୍ରହଣ କରିଥିବା ବେଳେ ସ୍ଥାନୀୟ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.