jayashree

ବନ୍ଧପଡା ଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

ପୁଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ଅନ୍ତର୍ଗତ ବନ୍ଧପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ତୃତୀୟ ପର୍ଯ୍ୟାୟ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ଆଭାଷି ମାଧ୍ୟମରେ ଏହି ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମାନଜନକ ଉତ୍ସବରେ ଗାରିମାମୟ ଉପସ୍ଥିତିରେ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ । ଯେଉଁଥିରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ଶ୍ରମ ଓ ଜଙ୍ଗଲ ତଥା ପରିବେଶ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ, ଶିକ୍ଷା ସଚିବ ଏନ ତିରୁମାଲା ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସମାରୋହରେ ବିଦ୍ୟାଳୟ ଠାରେ ଅନ୍ୟାନ୍ୟ ସମ୍ମାନିତ ଅତିଥି ତଥା ପ୍ରଶାସନିକ ଅଧିକାରୀମାନଙ୍କ ମଧ୍ୟରେ ଗୌରବ କୁମାର ବର୍ଗେ, ତହସିଲଦାର, ପୁଇଁତଲା, ଗାୟତ୍ରୀ ଦୋରା, ସରପଞ୍ଚ, ବନ୍ଧପଡା ଗ୍ରା. ପଞ୍ଚାୟତ, ବଲାଙ୍ଗିର ସାଂସଦଙ୍କ ପ୍ରତିନିଧି ରାଜ କିଶୋର ନାଏକ, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ, ପୁଇଁତଲା ତ୍ରିନାଥ ପାତ୍ର, ଭାଗବତ ନାୟକ, ଅଧ୍ୟକ୍ଷ, ବିଦ୍ୟାଳୟ ପରିଚାଳନା କମିଟି, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବନ୍ଧପଡ଼ା, ଧ୍ରୁବଚରଣ ବିଶ୍ୱାଳ, ପ୍ରଧାନଶିକ୍ଷକ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବନ୍ଧପଡା, ଝସକେତନ ଗୁରୁ, ଉପସଭାପତି – ପ୍ରାକ୍ତନ ଛାତ୍ର ସଂସଦ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବନ୍ଧପଡ଼ା, ଅଜିତ କୁମାର ଶତପଥୀ ସିଆରସିସି ଜଳଜଡ, ପ୍ରମୋଦ କୁମାର ପଟେଲ ସିଆରସିସି ମଲମୁଣ୍ଡା, ରଞ୍ଜିତ ମିଶ୍ର ସିଆରସିସି ବଇରାସର, ଆନନ୍ଦ ବଡ଼ପଣ୍ଡା ପ୍ରଧାନ ଶିକ୍ଷକ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ବନ୍ଧପଡ଼ା, କ୍ଲଷ୍ଟରର ସମସ୍ତ ବିଦ୍ୟାଳୟର ଶିକ୍ଷକ, ସ୍ଥାନୀୟ ଏସ୍‌ଏମ୍‌ସି ଓ ଅଭିଭାବକ ତଥା ଗ୍ରାମବାସୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳରେ ଉଚ୍ଚମାନର ପ୍ରାଥମିକ ଶିକ୍ଷା ଓ ଭିତ୍ତିଭୂମିର ବିକାଶ ପାଇଁ ସରକାରଙ୍କ ପ୍ରତିବଦ୍ଧତା ଉପରେ ଆଲୋକପାତ କରାଯାଇଥିଲା। ଏହି ନୂତନ ବିଦ୍ୟାଳୟ ସ୍ଥାନୀୟ ଅଞ୍ଚଳର ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାରେ ବେଶ ସହାୟକ ହେବ ବୋଲି ଆଶା ପ୍ରକାଶ ପାଇଛି । ପ୍ରଭାକର ମହାପାତ୍ର ସିଆରସିସି ଭାଲେର କାର୍ଯ୍ୟକ୍ରମ ପରିଚାଳନା କରି ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave A Reply

Your email address will not be published.