csstore

କୌଶଳ ବିକାଶ ଯୋଜନାରେ ବେକାରୀ ଯୁବତୀ ମାନଙ୍କୁ ମିଳିଲା ନିଯୁକ୍ତି

ସଇଁନ୍ତଲା, (ଅଜିତ କୁମାର ସାହୁ) : ଦାନା ପାଇଁ ଅନେକ ଲୋକ ଦାଦନ ଖଟିବା ପାଇଁ ଅନ୍ୟ ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଇଥାଆନ୍ତି । ହେଲେ ରାଜ୍ୟ ସରକାରଙ୍କ କୌଶଳ ବିକାଶ ଯୋଜନାରେ ଏବେ ଅନେକ ଯୁବକ ଯୁବତୀ ମାନେ ନିଯୁକ୍ତି ସୁଯୋଗ ପାଇଛନ୍ତି । ଏହା ଫଳରେ ବେକାରୀ ସମସ୍ୟା ଦୂର ହେଉଥିବା ଜଣାପଡିଛି । ତେବେ ସଇଁନ୍ତଲା ବିଡ଼ିଓ ଦେବାଶିଷ ସାମଲଙ୍କ ନିର୍ଦ୍ଦେଶ କ୍ରମରେ ବିଏଲସି ସୁଧାଂଶୁ ବଛାଙ୍କ ଉପସ୍ଥିତରେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କଅଁସର ପଞ୍ଚାୟତର ସଦନା ଭୋଇ, ସୁଷମା ମାଝୀ, ଜୋଷ୍ଣ। ରଣା, ସୁନିତା ଭୋଇ, ସୁଜାତା ଭୋଇ, ଶୈଳେନ୍ଦ୍ରୀ ଭୋଇ ଓଡିଶା ଜୀବିକା ମିଶନ ଓ ଓରମାସଙ୍କ ମିଳିତ ଉଦ୍ୟମରେ ଗ୍ରାମୀଣ କୌଶଳ ବିକାଶ ଯୋଜନାରେ ବେକାରୀ ଯୁବତୀ ମାନଙ୍କୁ ଭୁବନେଶ୍ୱର ସିପେଡ ଠାରେ ତିନି ମାସ ଟ୍ରେନିଂ ପରେ ବାହାର ରାଜ୍ୟର କମ୍ପାନୀ ଠାରେ ନିଯୁକ୍ତି ସୁଯୋଗ ପାଇ ପାରିବେ । ତେବେ କିଛି ପରିମାଣରେ ବେକାରୀ ସମସ୍ୟା ଦୂର ହେବ ଓ କିଛି ରୋଜଗାର ପାଇ ପାରିବା ଦ୍ଵାରା ଆତ୍ମ ନିର୍ଭରଶୀଳ ହୋଇ ପାରିବେ ବୋଲି ଜଣାପଡିଛି ।

jayashree
Leave A Reply

Your email address will not be published.