jayashree

କଣ୍ଟାବାଞ୍ଜିରେ ୧୮ରୁ ନିଃଶୁଳ୍କ କୃତ୍ରିମ ଅଙ୍ଗ ପ୍ରତ୍ୟାରୋପଣ ଶିବିର

  • ରୋଗୀ ଓ ସହଯୋଗୀଙ୍କ ରହିବା ଖାଇବା ବ୍ୟବସ୍ଥା

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ଜନସେବା ଓ ଜନକଲ୍ୟାଣମୂଳକ କାର୍ଯ୍ୟରେ ସବୁବେଳେ ଆଗରେ ରହିଆସିଛି କଣ୍ଟାବାଞ୍ଜି ମାରୱାଡ଼ି ଯୁବା ମଞ୍ଚର ବିକାଶ ଶାଖା । ଏହି କ୍ରମରେ ସ୍ୱର୍ଗତ ଜୟପ୍ରକାଶ ଅଗ୍ରୱାଲଙ୍କ ସ୍ମୃତିରେ ଆସନ୍ତା ନଭେମ୍ବର ୧୮, ୧୯ ଓ ୨୦ ତାରିଖରେ କଣ୍ଟାବାଞ୍ଜି ସ୍ଥିତ ହରିଭବନଠାରେ ତିନିଦିନିଆ ନିଃଶୁଳ୍କ କୃତ୍ରିମ ଅଙ୍ଗ ଓ ସହାୟକ ଉପକରଣ ବଣ୍ଟନ ଶିବିର ଆୟୋଜନ କରାଯିବ । ମାରୱାଡ଼ି ଯୁବା ମଞ୍ଚ ବିକାଶ ଶାଖା ଓ ରାଞ୍ଚିର ଭଗବାନ ମହାବୀର ବିକଳାଙ୍ଗ ସହାୟତା ସମିତିର ମିଳିତ ସହଯୋଗରେ ଏହି ଶିବିର ଅନୁଷ୍ଠିତ ହେବ । ଶିବିରରେ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ମାଗଣାରେ କୃତ୍ରିମ ଗୋଡ଼, ମେକାନିକାଲ ହାତ, ଶ୍ରବଣ ଯନ୍ତ୍ର ସମେତ ବିଭିନ୍ନ ପ୍ରକାର ସହାୟକ ଉପକରଣ ଯୋଗାଇ ଦିଆଯିବ । ଶିବିରକୁ ଆସୁଥିବା ରୋଗୀଙ୍କ ସହ ଜଣେ ସହଯୋଗୀଙ୍କ ରହିବା ଓ ଖାଇବା ପାଇଁ ମଧ୍ୟ ମାରୱାଡ଼ି ଯୁବା ମଞ୍ଚ ପକ୍ଷରୁ ନିଃଶୁଳ୍କ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଆଗ୍ରହୀ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ପୂର୍ବରୁ ନାମ ପଞ୍ଜୀକରଣ କରିବାକୁ ସଂସ୍ଥା ପକ୍ଷରୁ ଅନୁରୋଧ କରାଯାଇଛି । ଏନେଇ ସ୍ଥାନୀୟ ହରିଭବନଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ବିକାଶ ଶାଖାର ସଭାପତି ମହେଶ ଅଗ୍ରୱାଲ, ସମ୍ପାଦକ ଅଭିଷେକ ଅଗ୍ରୱାଲ, କୋଷାଧ୍ୟକ୍ଷ ହେମନ୍ତ ଅଗ୍ରୱାଲ, କାର୍ଯ୍ୟକ୍ରମ ସଂଯୋଜକ ମୟଙ୍କ ଜୈନ, ଆନନ୍ଦ ମୋଟେ, ନବନୀତ ଅଗ୍ରୱାଲ, କୈଳାସ ଜୈନ ଓ ଆଲୋକ ଗୋୟଲଙ୍କ ସମେତ ଶାଖାର ବହୁ ସଦସ୍ୟ ଉପସ୍ଥିତ ରହି ଶିବିରର ସଫଳ ଆୟୋଜନ ନେଇ ଆଲୋଚନା କରିଥିଲେ । ନାମ ପଞ୍ଜୀକରଣ ଓ ଅଧିକ ସୂଚନା ପାଇଁ ଆଶିଷ ଖଇତାନ (୯୯୩୭୧୯୩୬୮୦) ଏବଂ ମନୀଷ ଜୈନ (୯୯୩୮୩୯୯୭୨୪)ଙ୍କ ସହ ଯୋଗାଯୋଗ କରିବାକୁ ଆୟୋଜକଙ୍କ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.