ସୁଦାମ ମିଶ୍ରଙ୍କ ବିୟୋଗ, ଅଂଚଳରେ ଶୋକର ଛାୟା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଛତାମଖନାର ସ୍ୱନାମଧନ୍ୟ ଶିକ୍ଷକ ସୁଧାଂଶୁ ଶେଖର ମିଶ୍ର(ସୁଦାମ)ଙ୍କ ବିୟୋଗ ଘଟିଛି । ବିଗତ କିଛି ସମୟ ହେଲା ସେ ଅସୁସ୍ଥ ଥିବା ବେଳେ ସମ୍ବଲପୁର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଆଜି ଅପରାହ୍ନ ୨ଟା ୩୦ ସମୟରେ ଶ୍ରୀ ମିଶ୍ର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ମୃତ୍ୟୁ ସମୟରେ ତାଙ୍କୁ ୬୯ ବର୍ଷ ହେଉଥିଲା । ଶେଷ ସମୟରେ ପତ୍ନି ସୁଧାରାଣୀ, ପୁଅ ରାହୁଲ, ବୋହୁ ପ୍ରଜ୍ଞା, ବଡ ଝିଅ କାଦମ୍ବିନୀ, ଜ୍ୱାଇଁ ଶ୍ରୀରାମ, ସାନ ଝିଅ ସଂଗୀତା ଓ ଜା୍ୱଇଁ ଦେବାଶିଷଙ୍କ ସମେତ ପରିବାର ବର୍ଗ ଉପସ୍ଥିତ ଥିଲେ । ଶିକ୍ଷକ ରୂପେ ନିଜର ଚାକିରୀ ଜୀବନ ଅରମ୍ଭ କରିଥିବା ଶ୍ରୀ ମିଶ୍ର ନିଜ ପୈତୃକ ଗାଁ ଛତାମଖନା ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଭାବେ ୨୦୧୦ରେ ଅବସର ଗ୍ରହଣ କରିଥିଲେ । ଅବସର ପରେ ଗାଁ ତଥା ଅଂଚଳର ଉନ୍ନତି ପାଇଁ ଶ୍ରୀ ମିଶ୍ର ଚେଷ୍ଟା ଜାରି ରଖିଥିଲେ । ଆଜି ତାଙ୍କ ମର ଶରୀରକୁୁ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ଛତାମଖନାକୁ ନିଆଯାଇଥିଲା । ବିଧାନସଭା ଚାଲିଥିବାରୁ ବଡ ଭାଇ ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଭୁବନେଶ୍ୱରରେ ଥିଲେ । ଖବର ପାଇବା କ୍ଷଣି ବିଧାୟକ ନିଜ ଗାଁ ଅଭିମୁଖେ ବାହାରିଥିବା ବେଳେ ବିଧାୟକ ଶ୍ରୀ ମିଶ୍ର ପହଞ୍ଚିବା ପରେ ଅନ୍ତ୍ୟେଷ୍ଟି କ୍ରିୟା ଆରମ୍ଭ ହେବ ବୋଲି ସୂଚନା ରହିଛି । ତେବେ ତାଙ୍କ ବିୟୋଗରେ ମିଶ୍ର ପରିବାର ମଧ୍ୟରେ ତଥା ସହରରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.