oom

ସାଉରିଆ ପଚାଂୟତ ପ୍ରିମିୟର ଲିଗ-୨୦୨୧ ଫାଇନାଲ ମ୍ୟାଚ : ଫ୍ରଣ୍ଡସ୍‌ କ୍ଲବ ଚମ୍ପିୟାନ

jsmm

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡିଆ ବାରବାଟୀ ଖେଳ ପଡିଆରେ ସ୍ୱାଧୀନ ସେବା ସଂସ୍ଥାନ ଚେରିଟେବୁଲ ଟ୍ରଷ୍ଟ, ବେଗୁନିଆପଡା, ଆନୁକୁଲ୍ୟରେ ସାଉରିଆ ପଚାଂୟତ ପ୍ରିମିୟର ଲିଗ-୨୦୨୧ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଆଜରି ଏହି ଉଯାପନୀ ଦିବସ ତଥା ଫାଇନାଲ ମ୍ୟାଚରେ ଫ୍ରେଣ୍ଡସ୍‌ କ୍ଲବ କ୍ରିକେଟ ଦଳ ଓ କାକା ଇଲେଭେନ କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଫ୍ରେଣ୍ଡସ୍‌ କ୍ଲବ କ୍ରିକେଟ ଦଳ ଏ ବର୍ଷର ଚମ୍ପିିୟାନ ହୋଇଥିଲା । ସାବନ ଖାନ୍‌ (ଫ୍ରେଣ୍ଡସ କ୍ଲବ)ଙ୍କୁ ମ୍ୟନ ଅଫ ଦ ମ୍ୟାଚ ଓ ରାଜା (କାକା ଇେନେଭନ)ଙ୍କୁ ମ୍ୟାନ ଅଫ ଦ ସିରିଜ୍‌ ଘୋଷଣା କରାଯାଇଥିଲା । ବିରଚିଂ ପରିଡା ଓ ଆଲୋକ ରଜଂନ ପରିଡା ମ୍ୟାଚକୁ ପରିଚାଳନା କରିଥିଲେ । ସ୍କୋରର ଭାବେ ପ୍ରକାଶ ବେହେରା କାର୍ଯ୍ୟ ତୁଲାଇଥିଲେ । ପୁରଷ୍କାର ବିତରଣୀ ଉତ୍ସବରେ ମଖ୍ୟ ଅତିଥିରୁପେ ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର କୁମାର ଆଚାରୀଆ, ମୁଖ୍ୟବକ୍ତା ରୁପେ ଭାରତୀୟ ଭିନ୍ନକ୍ଷମ କିକ୍ରଟେ ଦଳର ଅବସରପ୍ରାପ୍ତ ଅଧିନାୟକ ଏମଡି ଜାଫର ଇକବାଲ୍‌, ସମ୍ମାନିତ ଅତିଥି ରୁପେ କଣ୍ଠଶିଳ୍ପୀ ଅବିନାଶ ଧିନ୍ଦା, ସ୍ଥାନୀୟ ସରପଚଂ କୁନିମଣୀ ରାଉତରାୟ, ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ, ସମାଜସେବୀ ଏମଡି ଫାରିଜ୍‌ ଅସଫର ଓ ଅମରଜିତ୍‌ ସେନାପତି ପ୍ରମୁଖ ଯୋଗ ଦେଇଥିଲେ । ସ୍ୱାଧୀନ ସେବା ସଂସ୍ଥାନର ପ୍ରତିଷ୍ଠତା ତଥା ସଭାପତି ଶଶି ଶେଖର ରାୟ ଅତିଥିମାନଙ୍କ ପରିଚୟ ପ୍ରଦାନ ଓ ସ୍ୱାଗତ ସମ୍ବର୍ଦ୍ଧନା କରିବା ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଲକ୍ଷ୍ୟ ଉପରେ ଆଲୋକପାତ କରିଥିବା ବେଳେ ଶିକ୍ଷାବିତ ହୃଷିକେଶ ବଳିୟାରସିଂହ ସଂଯୋଜନା କରିଥିଲେ । ସାମ୍ବାଦିକ ଦିଲ୍ଲୀପ କୁମାର ଧାଉଡିଆ ଏଥିରେ ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ସ୍ୱାଧିନ ସେବା ସଂସ୍ଥାନ ପକ୍ଷରୁ ଅବସରପ୍ରାପ୍ତ ଯବାନ, ସାମ୍ବାଦିକ, ଶିକ୍ଷାବିତ, କ୍ରିଡାବିତ, କଣ୍ଠଶିଳ୍ପୀ, ପରିବେଶବିତ୍‌ ଓ ସାମାଜିକ କର୍ମୀଙ୍କୁ ମାନପତ୍ର୍ର, ଫୁଲାତୋଡା ଓ ଉତ୍ତରୀୟ ଦେଇ ଅତିଥିମାନଙ୍କ ଦ୍ୱାରା ସମ୍ମାନୀତ କରାଯାଇଥିଲା । ପୁରଷ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଆକର୍ଷଣ ଥିଲା କଣ୍ଠଶିଳ୍ପୀ ଅବିନାସ ଧିନ୍ଦାଙ୍କ ସ୍ୱର ସଙ୍ଗୀତ ଓ ଖୋର୍ଦ୍ଧା ପାଇଖଆଖେଡା କବିରାଜପୁର ଅନୁଷ୍ଠାନର ପାଇଖଖେଳ । ରମ୍ପିୟାନ ଫ୍ରେଣ୍ଡସ୍‌ ଇଲେଭେନ ଦଳକୁ ୧୦ ହଜାର ଟଙ୍କା ଟ୍ରଫି ଓ ରର୍ନସ କାକା ଇଲେଭେନ ଦଳକୁ ୭ ହଜାର ଟଙ୍କା ଟ୍ରଫି ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଯୁବସଙ୍ଗଠକ ବିଶ୍ୱଜିତ ପାଢି, ସାନ୍ତାନୁ ରାୟ ପ୍ରତ୍ୟୁଷ ନିଶଙ୍କ, ଉମେଶ ପାତ୍ର, ରାଜେଶ ମହାରଣା ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ବିଶ୍ୱଜିତ୍‌ ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.