ଭୁବନେଶ୍ୱର ଲୋୟର ପିଏମଜିରେ ଯାତ୍ରା କଳାକାର‌ଙ୍କ ଆମରଣ ଅନଶନ ଓ ଗଣଧାରଣା

ଭୁବନେଶ୍ୱର : ଭୁବନେଶ୍ୱର ଲୋୟର ପିଏମଜିରେ ଆଜିଠାରୁ ଯାତ୍ରା କଳାକାର ଆମରଣ ଅନଶନ ଓ ଗଣଧାରଣା ଦେଇଛନ୍ତି । ୨ ହଜାର ଦର୍ଶକ ନେଇ ଯାତ୍ରା ପରିବେଷଣ ପାଇଁ ଅନୁମତି ଦେବା ସହ ୧୨ ଦଫା ଦାବୀରେ ସେମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ୨୩ ତାରିଖ ସୁଦ୍ଧା ସରକାର ଦାବୀ ପୂରଣ ନକଲେ ୨୪ ତାରିଖରୁ ରାଜ୍ୟର ସମସ୍ତ ଜିଲାରେ କଳାକାରମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ପୂର୍ବରୁ ୫ଶହ ଦର୍ଶକଙ୍କୁ ନେଇ ଯାତ୍ରା ପରିବେଷଣ କରିବାକୁ ଅନୁମତି ଦିଆଯାଇଥିଲା । ଏତେ କମ୍ ସଂଖ୍ୟକ ଦର୍ଶକଙ୍କୁ ନେଇ ଯାତ୍ରା ସଂସ୍ଥା ଚଳାଇବା ସମ୍ଭବ ନୁହେଁ । ଏବେ ଅତିକମରେ ୨ ହଜାର ଦର୍ଶକଙ୍କୁ ନେଇ ଯାତ୍ରା କରିବାକୁ ଅନୁମତି ଦେବା ପାଇଁ ଯାତ୍ରା କଳାକାର ସଂଘ ପକ୍ଷରୁ ଦାବୀ କରାଯାଇଛି ।

Leave A Reply

Your email address will not be published.