jayashree

ବରିଷ୍ଠ ଆଇନଜୀବୀ ଅଶ୍ୱିନୀ ମିଶ୍ରଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ତେଲିଗୋଠପଡା ମୂଳ ନିବାସୀ ବରିଷ୍ଠ ଆଇନଜୀବୀ ତଥା ନୋଟାରୀ ଅଶ୍ୱିନୀ କୁମାର ମିଶ୍ର (୭୮)ଙ୍କ ଆଜି ଦିନ ବେଳା ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି । ଗତ କିଛିଦିନ ହେଲା ତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ପରିବାରଲୋକେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ଚିକିତ୍ସା ଚାଲିଥିବା ସମୟରେ ତାଙ୍କ ଦେହାନ୍ତ ହୋଇଯାଇଥିଲା । ତାଙ୍କ ଦେହାନ୍ତ ସମୟରେ ସ୍ତ୍ରୀ ମାଧୁରୀ ମିଶ୍ର, ପୁଅ ଅଭିନାଶ ମିଶ୍ର, ବୋହୂ ଅର୍ଚ୍ଚନା ମିଶ୍ର, ବଡ଼ଝିଅ ରଂଜିତା ମିଶ୍ର, ଜ୍ୱାଇଁ ସାମ୍ବାଦିକ ରିତୁରାଜ ସିଂହ, ସାନଝିଅ ସିପ୍ରା ପାଢୀ, ଜ୍ୱାଇଁ ସନ୍ତୋଷ ପାଢୀ, ନାତୁଣୀ ଆଦ୍ୟାଶା, ଆରାଧ୍ୟା, ସାଇଲି, ସାଇସା, ନାତି ସୋମୁଙ୍କ ସହ ସମସ୍ତ ପରିବାର ଓ ବନ୍ଧୁବର୍ଗ ଉପସ୍ଥିତ ଥିଲେ । ଆଜି ସନ୍ଧ୍ୟାରେ ପୁରୀ ସ୍ଥିତ ସ୍ୱର୍ଗଦ୍ୱାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ତାଙ୍କ ପୁତ୍ର ଅଭିନାଶ ମୁଖାଗ୍ନି ଦେଇଥିଲେ । ତେଲିଗୋଠପଡାରେ ସ୍ୱର୍ଗତ ଅଶ୍ୱିନୀ କୁମାର ମିଶ୍ରଙ୍କ ଦେହାନ୍ତ ଖବର ପହଂଚିଲା ପରେ ସ୍ଥାନୀୟ ଅଂଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ସ୍ୱର୍ଗତ ମିଶ୍ର ଆଇନଜୀବୀ ସାଙ୍ଗକୁ ଜଣେ ସମାଜସେବୀ ଓ ପରଉପକାରୀ ବ୍ୟକ୍ତି ଥିଲେ । ତାଙ୍କ ଦେହାନ୍ତରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.