
ରାଉରକେଲା, (ସସ୍ମିତା ପ୍ରଧାନ) : କୈବଲ୍ୟ ସାହିତ୍ୟ ସଂସଦର ଦ୍ୱିତୀୟ ଶାରଦୀୟ ବିଶେଷାଙ୍କ ଏବଂ ୧୩ତମ ଆଧ୍ୟାତ୍ମିକ ପତ୍ରିକା “ପ୍ରତିବିମ୍ବ” ରସୁଲଗଡ ପୂଜା ମଣ୍ଡପରେ ଉନ୍ମୋଚିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ଡକ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ସଭାପତିତ୍ୱ କରି କୈବଲ୍ୟ ସାହିତ୍ୟ ସଂସଦର ଶାରଦୀୟ ଅଭିନନ୍ଦନ ଜ୍ଞାପନ କରିଥିଲେ । ମୁଖ୍ୟ ଅତିଥି ଭାବେ ଭାରତୀୟ ଜନତା ପାର୍ଟିର ପ୍ରାକ୍ତନ ସଭାପତି ଏବଂ ଓଡ଼ିଶା ଅଲମ୍ପିକ୍ସ ଆସୋସିଏସନ୍ ସଭାପତି ସମୀର ମହାନ୍ତି ଯୋଗଦାନ କରି ଶାରଦୀୟ ଶୁଭେଚ୍ଛା ସହିତ କୈବଲ୍ୟ ସାହିତ୍ୟ ସଂସଦର କାର୍ଯ୍ୟଧାରାକୁ ପ୍ରଶଂସା କରିଥିଲେ । ବରେଣ୍ୟ ଅତିଥି ପ୍ରକାଶ ରାଉତରାୟ, ସଭାପତି ରସୁଲଗଡ ଦୁର୍ଗାପୂଜା ପରିଚାଳନା କମିଟି ପତ୍ରିକାର ଉତ୍ତୋରତ୍ତର ଉନ୍ନତି କାମନା କରିଥିଲେ । ବିଶିଷ୍ଟ ଅତିଥି ନିରଞ୍ଜନ ରାଉତରାୟ, ଉପସଭାପତି ଓଡ଼ିଶା କୃଷକ ମୋର୍ଚ୍ଚାଶ୍ରୀଯୁକ୍ତ ସଞ୍ଜୟ ବଳିୟାର ସିଂହ, ସମ୍ପାଦକ ରସୁଲଗଡ ଦୁର୍ଗାପୂଜା କମିଟି, ରଘୁ ବଳିୟାର ସିଂହ କୋଷାଧକ୍ଷ ରସୁଲଗଡ ଦୁର୍ଗାପୂଜା ପରିଚାଳନା କମିଟି, ଡ଼କ୍ଟର ସୁରେନ୍ଦ୍ର ନାଥ ତ୍ରିପାଠୀ ସମ୍ପାଦକ ନବକାକଳି, କଳିଙ୍ଗ ରତ୍ନ ବ୍ରହ୍ମାନନ୍ଦ ମହାନ୍ତି, ସଂଜୋଜ୍ ସାମନ୍ତରାୟ, ଆଇନଜୀବୀ ଯୋଗଦାନ କରି ଆଧ୍ୟାତ୍ମିକ ପତ୍ରିକାର ଉପାଦେୟତା ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଅଶୁକବି ହେମନ୍ତ କୁମାର ଜେନା, ପ୍ରତିଷ୍ଠାତା ରାଜଶ୍ରୀ ସାହିତ୍ୟ ସଂସଦ ଧନ୍ୟବାଦ ଅର୍ପଣ କରିଥିଲେ ।