
ମୟୂରଭଞ୍ଜ, (ଦେବସ୍ମିତ ଚୌଧୁରୀ) : ନେପାଳର ରାଜଧାନୀ କାଠମାଣ୍ଡୁ ସ୍ଥିତ ନେପାଳ ନେସନାଲ ଲ କଲେଜ ପରିସରରେ ପଲିଟିକାଲ ସାଇନ୍ସ ଷ୍ଟଡି ଏଣ୍ଡ ରିସର୍ଚ୍ଚ ସେଣ୍ଟର ନେପାଳ, ୟୁପିଏସଏସ, ଭାରତ ଓ ନେପାଳ ନେସନାଲ ଲ କଲେଜର ମିଳିତ ଆନୁକୂଲ୍ୟରେ ଆୟୋଜିତ ଦ୍ୱିବିସୀୟ ଆନ୍ତର୍ଜାତୀୟ କନଫରେନ୍ସ ଉଦ୍ଯାପିତ ହୋଇଯାଇଛି । ଏହି ଆନ୍ତର୍ଜାତୀୟ କନଫରେନ୍ସକୁ ନେପାଳର ପୂର୍ବତନ ମୁଖ୍ୟ ବିଚାରପତି ହରିକ୍ରୀଷ୍ଣ କାର୍କି ଉଦ୍ଘାଟନ କରିଥିଲେ । ବିଭିନ୍ନ ଦକ୍ଷିଣ ଏସିୟ ରାଷ୍ଟ୍ର ସମୂହର ପ୍ରତିନିଧିଙ୍କୁ ନେଇ ଆୟୋଜିତ ହୋଇଥିବା ଏହି ଆନ୍ତର୍ଜାତିୟ କନଫରେନ୍ସରେ ମୟୂରଭଞ୍ଜର ରାଜନୀତି ବିଜ୍ଞାନ ଯୁବ ଗବେଷକ କୁମାରେଶ ନାୟକ ଯୋଗଦେଇ ନିଜର ଗବେଷଣାତ୍ମକ ନିବନ୍ଧ ଉପସ୍ଥାପନ କରିଥିଲେ । ଦକ୍ଷିଣ ଏସିୟ ରାଷ୍ଟ୍ର ସମୂହଙ୍କ ମଧ୍ୟରେ ସହଯୋଗିତା ମୂଳକ ସମ୍ପର୍କ ସ୍ଥାପନ ଓ ମିଳିତ ଫୋରମ ପ୍ରତିଷ୍ଠା ହେଲେ ଆଗାମୀ ଦିନରେ ଦକ୍ଷିଣ ଏସିୟ ରାଷ୍ଟ୍ର ସମୂହ ଏକ ମହାଶକ୍ତି ଭାବରେ ଉଭା ହେବ ବୋଲି ସାମୂହିକ ମତ ପ୍ରକାଶ ପାଇଥିଲା ।