
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସ୍ଥିତ ନେହେରୁ ଖେଳପଡ଼ିଆରେ ଦେଓଗାଁ କ୍ରିକେଟ ସଂଘ ପକ୍ଷରୁ ବୁଧବାର ଦିନରୁ ହୋଇ ଆସୁଥିବା ଦେଓଗାଁ ପ୍ରଥମ ସର୍ବଭାରତୀୟ କ୍ରିକେଟ ପ୍ରତିଯୋଗିତା ଗୁରୁବାର ଦ୍ୱିତୀୟ ଦିନରେ ଏମ୍ଏମ୍ସିସି ସମ୍ବଲପୁର, ମଠଖାଇ ପାନ୍ଥର୍ସ, ଅଜୁବା ମହାକାଲ୍ ଏକାଦଶ ବରଗଡ଼, ଝଲପ୍ ଏକାଦଶ ଅଂଶଗ୍ରହଣ କରିଥିଲେ । ଆଜିର ପ୍ରଥମ ମ୍ୟାଚ୍ରେ ଏମ୍ଏମ୍ସିସି ସମ୍ବଲପୁର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ଓଭରରେ ୩ ୱିକେଟ୍ ବିନିମୟରେ ୧୨୫ ରନ୍ କରିଥିବା ବେଳେ ବିପକ୍ଷ ମଠଖାଇ ପାନ୍ଥର୍ସ ଦଳ ୭ ଓଭରରେ ଲକ୍ଷ୍ୟପୂରଣ କରି ବିଜୟୀ ହୋଇଥିଲା । ଏହି ମ୍ୟାଚ୍ର ମଠଖାଇ ପାନ୍ଥର୍ସ ଦଳର ଖେଳାଳି ଲିଙ୍ଗରାଜ ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହୋଇଥିଲେ । ସେହିପରି ଦ୍ୱିତୀୟ ମ୍ୟାଚ୍ରେ ଅଜୁବା ମହାକାଲ ଏକାଦଶ ବରଗଡ଼ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ଓଭରରେ ୨ୱିକେଟ୍ ବିନିମୟରେ ରେକର୍ଡ ୧୭୪ ରନ୍ କରିଥିବା ବେଳେ ବିପକ୍ଷ ଝଲପ ଏକାଦଶ ଦଳକୁ ମାତ୍ର ବିନିମୟରେ ୭୧ ରନରେ ସୀମିତ ରଖିବାରେ ସକ୍ଷମ ହୋଇ ଅଜୁବା ମହାକାଲ ଏକାଦଶ ବରଗଡ଼ ଦଳ ୧୦୩ ରନର ବଡ ବିଜୟ ପାଇଥିଲା । ଏହି ମ୍ୟାଚ୍ରେ ଅଜୁବା ଏକାଦଶ ବରଗଡ଼ ଦଳର ଖେଳାଳି ସୋନୁ ଖାନଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହୋଇଥିଲେ । ପ୍ରତିଯୋଗିତାର ଦ୍ୱିତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ୍ ଅଜୁବା ମହାକାଲ ଏକାଦଶ ବରଗଡ଼ ଏବଂ ମଠଖାଇ ପାନ୍ଥର୍ସ ଦଳ ମଧ୍ୟରେ ହୋଇଥିଲା । ଏହି ମ୍ୟାଚ୍ରେ ଅଜୁବା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୬ ୱିକେଟ୍ ବିନିମୟରେ ୧୫୩ ରନ୍ କରିଥିବା ବେଳେ ବିପକ୍ଷରେ ମଠଖାଇ ଦଳ ୧୦ଓଭର ଖେଳି ୮ ୱିକେଟ୍ ହରାଇ ମାତ୍ର ୮୪ ରନ୍ କରିବାକୁ ସକ୍ଷମ ହୋଇଥିଲା । ଏହି ମ୍ୟାଚ୍ରେ ୬୯ ରନର ବିଜୟ ସହ ଅଜୁବା ମହାକାଳ ଏକାଦଶ ବରଗଡ଼ ଦଳ ସେମିଫାଇନାଲରେ ପ୍ରବେଶ କରିଛି । ଏହି ମ୍ୟାଚ୍ରେ ଅଜୁବା ଏକାଦଶ ବରଗଡ଼ ଦଳର ଖେଳାଳି ଦେବାଶିଷ ପାଟଶାଣୀଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ । ଏହି ଅବସରରେ ଅତିଥି ଭାବେ ଦେଓଗାଁ ବ୍ଲକ୍ ଅଧ୍ୟକ୍ଷ ଦୟାନିଧି ଖମାରୀ, ଯୁବନେତା ଶୈଳେନ୍ଦ୍ର ସାହୁ, ଅତିବିକାଶ ବାରିକ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଆଜିର ଖେଳଗୁଡିକୁ ଶ୍ରିମନ୍ତ ନାୟକ ଏବଂ ବିଶ୍ୱାମିତ୍ର ବଘେଲ ପରିଚାଳନା କରିଥିବା ବେଳେ ସିଧାପ୍ରସାରଣ ସୁରଥ ଦାସ ଲାଇଭ ଓ ଧାରା ବିବରଣୀ ପ୍ରଦାନ କରିଥିଲେ ଭଏସ ଅଫ୍ ପାର୍ଥ । ଦେଓଗାଁ କ୍ରିକେଟ ସଂଘର କର୍ମକର୍ତ୍ତା ଓ ପରିଚାଳନା କମିଟିର ସଭ୍ୟମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।