
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଶୈଳଶ୍ରୀ ପ୍ୟାଲେସରେ ବିଜୟା ଦଶମୀ ଓ ଲଖବିନ୍ଧା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ପାଟଣାରାଜ୍ୟ ସମୟରୁ ଚାଲି ଆସିଥିବା ପରମ୍ପରା ଆଜି ବି ଉଜ୍ଜିବିତ ହୋଇରହିଛି । ମା’ ପାଟଣେଶ୍ୱରୀ, ମା’ ସମଲେଶ୍ୱରୀ, ମା’ ଦଶମତି ଓ ପାଟଖଣ୍ଡା ଦେବୀ ରାଜପରିବାର କୁଳଦେବୀ ହିସାବରେ ଶୈଳେଶ୍ରୀ ପ୍ୟାଲେସରେ ପୂଜା ପାଉଛନ୍ତି । ଦଶହରା ସମୟରେ ରାଜ ପରିବାର ବିଭିନ୍ନ ଉତ୍ସବ ଶୁଭକାର୍ଯ୍ୟ ଦଶହରାରୁ ଅନୁକୂଳ କରନ୍ତି । ବଲାଙ୍ଗିର ସହର ମଧ୍ୟରେ ପୂର୍ବରୁ ଲାଖବିନ୍ଧା କାର୍ଯ୍ୟକ୍ରମ ଚାଲି ଆସୁଥିଲା ଯାହାକି ସୁଦପଡା ଏବଂ ତୁଳସୀନଗର ଠାରେ ଆୟୋଜିତ ହେଉଥିଲା ଲାଖବିନ୍ଧା କାର୍ଯ୍ୟକ୍ରମ । ପଟୁଆଳ ସହିତ ଛତର ବୈରବ ଧରି ଶୈଳେଶ୍ରୀରୁ ବାହାରି ଲାଖ ବିନ୍ଧୁଥିଲେ । ଏହି ପରମ୍ପରା ଜୀବିତ ଅଛି ଶୈଳଶ୍ରୀ ପ୍ୟାଲେସରେ । ପାଟଖଣ୍ଡକୁ ମନ୍ଦିରରୁ ବାହାରି ନିଳକଣ୍ଠ ମନ୍ଦିର ଯାଇ ପୂଜାର୍ଚ୍ଚନା କରି ଲାଖବିନ୍ଧି ଥାନ୍ତି । ରାଜପୁରୋହିତ ସନ୍ତୋଷ କୁମାର ଦାଶ ନଡିଆକୁ ଭେଦ କରି ଲାଖ ବିନ୍ଧିଥିଲେ ଏବଂ ସେହି ପରମ୍ପରା ଆଜିବି ବଞ୍ଚି ରହିଛି । ଏହି ଉତ୍ସବରେ ଦେବାଳୟ ଐତିହ୍ୟ ସୁରକ୍ଷା କମିଟିର ସଭାପତି ଜୟକୃଷ୍ଣ ମିଶ୍ର, ସଂପାଦକ ପ୍ରଶାନ୍ତ ମହାକୁର, ରିଣ୍ଟୁ ସାହୁ, କୋଷାଧ୍ୟକ୍ଷ ଭବାନୀ ଶଙ୍କର ଭୋଇ, କବିରାଜ ଭୋଇ, ଜୟ କୁମାର ଆଚାର୍ଯ୍ୟ ସମେତ ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁମାନେ ଉପସ୍ଥିତ ଥିଲେ ।