jayashree

ଶାରଦୀୟ ନବରାତ୍ରୀ ଅନୁଷ୍ଠାନର ପୂର୍ଣ୍ଣାହୁତି ଅବସରରେ ଏକ ପବିତ୍ର ଧାର୍ମିକ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗାୟତ୍ରୀ ଶକ୍ତିପୀଠ, ବଲାଙ୍ଗିରଠାରେ ଶାରଦୀୟ ନବରାତ୍ରୀ ଅନୁଷ୍ଠାନର ପୂର୍ଣ୍ଣାହୁତି ଅବସରରେ ଏକ ପବିତ୍ର ଧାର୍ମିକ କାର୍ଯ୍ୟକ୍ରମ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବଲାଙ୍ଗିର ସହରର ୨୫ ଜଣ ଗାୟତ୍ରୀ ସାଧନା କରିବା ପାଇଁ ସଂକଳ୍ପ ଗ୍ରହଣ କରିଥିଲେ । ବଲାଙ୍ଗିର ଗାୟତ୍ରୀ ପରିବାରର ସହଯୋଗରେ ଦୁଇକୁଣ୍ଡୀୟ ଯଜ୍ଞର ଆୟୋଜନ କରାଯାଇଥିଲା । ଏହି ପବିତ୍ର ଯଜ୍ଞରେ ୨୦୦ରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଯୋଗଦେଇ ଯଜ୍ଞାହୁତି ପ୍ରଦାନ କରିଥିଲେ । ଯଜ୍ଞ ସଂଚାଳନ ସହିତ ଅନ୍ୟାନ୍ୟ ଧାର୍ମିକ ବିଧିବିଧାନ ଗାୟତ୍ରୀ ପରିବାରର ସଦସ୍ୟମାନଙ୍କ ସହଯୋଗରେ ସମ୍ପନ୍ନ ହୋଇଥିଲା । ମହିଳା ମଣ୍ଡଳର ସଦସ୍ୟାମାନେ ମଧ୍ୟ ଏହି ଅନୁଷ୍ଠାନରେ ସହଯୋଗ କରିଥିଲେ । ଏହି ପବିତ୍ର ଆୟୋଜନ ମାଧ୍ୟମରେ ଗାୟତ୍ରୀ ସାଧନା, ଆଧ୍ୟାତ୍ମିକ ଚେତନା ଓ ସମାଜରେ ସଦ୍‌ଭାବନାର ବାର୍ତ୍ତା ପ୍ରସାରିତ ହୋଇଥିଲା । ଶ୍ରଦ୍ଧାଳୁମାନଙ୍କ ଭକ୍ତି ଓ ସହଯୋଗରେ ଅନୁଷ୍ଠାନର ପୂର୍ଣ୍ଣାହୁତି ସଫଳତାର ସହ ସମ୍ପନ୍ନ ହୋଇଥିଲା । ସେପରି ସ୍ଥାନୀୟ ଗାୟତ୍ରୀ ନବ ଚେତନା ଟ୍ରଷ୍ଟର ଠିକାଦାରପଡ଼ା ସ୍ଥିତ ଗାୟତ୍ରୀ ନବ ଚେତନା ବିସ୍ତାର କେନ୍ଦ୍ର ଠାରେ ନବ ଦିନ ବ୍ୟାପୀ ଚାଲିଥିବା କାର୍ଯ୍ୟକ୍ରମର ଆଜି ପୂର୍ଣ୍ଣାହୁତି କାର୍ଯ୍ୟ ଗାୟତ୍ରୀ ଯଜ୍ଞ, କନ୍ୟା ପୂଜନ ହୋଇ ସମାପନ ଥିଲା ବରିଷ୍ଠ ସଦସ୍ୟ ଯୁଗଳ କିଶୋର ଝାଙ୍କ ନେତୃତ୍ୱରେ ଟ୍ରଷ୍ଟ ସଦସ୍ୟ ଓ ଅନ୍ୟ ଗାୟତ୍ରୀ ପରିବାରମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.