jayashree

ଆରମ୍ଭ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ବାରିପଦା, (ଦେବସ୍‌ସ୍ମିତ ଚୋଧୁରୀ) : ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀ ପକ୍ଷରୁ ଟାଟା ଟ୍ରଷ୍ଟସ୍‌ର ସହଯୋଗରେ ଆୟୋଜିତ ‘ଆରମ୍ଭ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ’ ବାରିପଦା ଷ୍ଟାଡିୟମ୍‌ରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୦ଟି ବାଳକ ଦଳ ଓ ୩ଟି ବାଳିକା ଦଳର ପ୍ରାୟ ୨୫୦ ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ । ବାଳକ ବିଭାଗରେ ନିଚୁଆପଦା ଚାମ୍ପିଅନ୍ ଓ ଭୁରୁଡୁବଣୀ ରନର୍ସଅପ୍ ହୋଇଥିବାବେଳେ ବାଳିକା ବିଭାଗରେ ମସିଣାକାଟି ଦେଉଳି ଚାମ୍ପିଅନ୍ ଓ ଦେବେନ୍ଦ୍ରପୁର ରନର୍ସଅପ୍ ହୋଇଥିଲା । ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସଂସ୍ଥାର ନିର୍ଦ୍ଦେଶକ ଅମର କୁମାର ସେଠୀ, ସଂସ୍ଥାର ପରାମର୍ଶଦାତା ସୋମନାଥ ସିଂହ ଏବଂ ଅନ୍ତର୍ଜାତୀୟ ରଗ୍‌ବୀ ଖେଳାଳି ସନ୍ଧ୍ୟାରାଣୀ ଟୁଡୁ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ । ଟୁର୍ଣ୍ଣାମେଣ୍ଟର ସଫଳ ଆୟୋଜନରେ ମୟୂରଭଞ୍ଜ ଜିଲ୍ଲା ଆଥଲେଟିକ୍ ଆସୋସିଏସନ୍‌ର ସହଯୋଗ ପାଇଁ ଫ୍ୟୁଚର ଷ୍ଟାର ପକ୍ଷରୁ କୃତଜ୍ଞତା ଜଣାଇଛନ୍ତି । କେବଳ ଫୁଟବଲ୍ ନୁହେଁ, ପିଲାମାନଙ୍କ ଆଗ୍ରହ ଅନୁଯାୟୀ ଆଗାମୀ ଦିନରେ ଖୋ-ଖୋ, କବାଡ଼ି ଓ ରଗ୍‌ବୀ ଭଳି ଅନ୍ୟାନ୍ୟ କ୍ରୀଡ଼ାକୁ ମଧ୍ୟ ଏହି ପ୍ରକଳ୍ପରେ ସାମିଲ କରାଯାଇ ପାରଦର୍ଶୀ କରାଯିବ ବୋଲି ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀର ପ୍ରତିଷ୍ଠାତା ଦିବ୍ୟରଞ୍ଜନ ଦାସ ସୂଚନା ଦେଇଛନ୍ତି । ଏହି ପ୍ରାରମ୍ଭିକ ଟୁର୍ଣ୍ଣାମେଣ୍ଟ ପରେ ଭବିଷ୍ୟତରେ ଅନ୍ୟାନ୍ୟ କ୍ରୀଡ଼ାର ବ୍ୟାପକ ଉନ୍ନତି ଆଣିବାକୁ ଆୟୋଜନ କରାଯିବ ବୋଲି ଜଣାପଡ଼ିଛି । ଗ୍ରାମାଞ୍ଚଳର ଉଦୀୟମାନ ଖେଳାଳିଙ୍କ ସ୍ୱପ୍ନ, ସଂଘର୍ଷ ଓ ଆତ୍ମବିଶ୍ୱାସର ଏକ ସୁନ୍ଦର ମଞ୍ଚ ଥିଲା । ପଡ଼ିଆରେ ଖେଳାଳିଙ୍କ ଉତ୍ସାହ, ଦଳଗତ ଏକତା ଓ ଜିତିବାର ଜୋଶ ଏହି ଆୟୋଜନକୁ ସ୍ମରଣୀୟ କରିଥିଲା । ଆଗାମୀ ଦିନରେ ଏହି ଛୋଟ ଛୋଟ ପଦକ୍ଷେପ ମୟୂରଭଞ୍ଜରୁ ନୂଆ କ୍ରୀଡ଼ା ପ୍ରତିଭା ସୃଷ୍ଟି କରିବା ସହ ଅନେକ ଯୁବକଯୁବତୀଙ୍କୁ ନିଜ ସ୍ୱପ୍ନ ପୂରଣ କରିବାର ପ୍ରେରଣା ଯୋଗାଇବ ବୋଲି ଆଶା ପ୍ରକାଶ ପାଇଛି । ଏହି ମହତ୍ ଉଦ୍ୟମକୁ ସଫଳ କରିଥିବା ସମସ୍ତ ଅତିଥି, ପ୍ରଶିକ୍ଷକ, ମାଷ୍ଟର ଟ୍ରେନର, କର୍ମଚାରୀ ଓ ସହଯୋଗୀଙ୍କୁ ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀର ପ୍ରତିଷ୍ଠାତା ପ୍ରତିଷ୍ଠାତା ଦିବ୍ୟରଞ୍ଜନ ଦାସ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି ।

Leave A Reply

Your email address will not be published.