jayashree

ଦନ୍ତା ହାତୀ ଆକ୍ରମଣରେ ଯୁବକ ମୃତ

କେନ୍ଦୁଝର : ଦନ୍ତା ହାତୀ ଆକ୍ରମଣରେ ଚାଲିଗଲା ଜଣେ ଯୁବକଙ୍କ ଜୀବନ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜର ବାଲିବନ୍ଧ ସେକ୍ସନ ଅନ୍ତର୍ଗତ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତ ଯୁବକ ହେଉଛନ୍ତି ଧୋବାକୋଚଡ଼ା ଗ୍ରାମର ନାରାୟଣ ନାଏକ । ସୂଚନା ଅନୁସାରେ, ନାରାୟଣ ରାତିରେ ନିଜ ଘରକୁ ଫେରୁଥିବା ସମୟରେ ହଠାତ୍ ଏକ ଦନ୍ତା ହାତୀ ସାମ୍ନାରେ ପଡ଼ିଯାଇଥିଲେ । ଏହାପରେ ହାତୀଟି ତାଙ୍କୁ ଆକ୍ରମଣ କରିବାରୁ ସେ ଗୁରୁତର ଆହତ ହୋଇଥିଲେ । ଘଟଣା ସମ୍ପର୍କରେ ଖବର ପାଇ ବନ ବିଭାଗର କର୍ମଚାରୀ ତୁରନ୍ତ ପହଞ୍ଚି ଆହତ ନାରାୟଣଙ୍କୁ ଚମ୍ପୁଆ ଡାକ୍ତରଖାନାକୁ ନେଇଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ଧୋବାକୋଚଡ଼ା ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ଅଞ୍ଚଳରେ ହାତୀ ଚଳପ୍ରଚଳକୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

Leave A Reply

Your email address will not be published.