jayashree

ବିଶ୍ଵଶାନ୍ତି ସଂଗଠନ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ରାଉରକେଲା, (କେପିଏନ୍‌ଏସ୍‌) : ବିଶ୍ୱକୁ ସବୁଜ ସୁନ୍ଦର କରିବା ପାଇଁ ବିଶ୍ଵଶାନ୍ତି ସଂଗଠନ HWPL ତରଫରୁ ଏକ ପ୍ରୟାସ ଜାରି ରହିଛି । ଏହି ପରିପେକ୍ଷୀରେ ସୋମବାର ଦିନ ଜଳଦା ସ୍ଥିତ ବୀଣାପାଣି ବିଦ୍ୟା ମନ୍ଦିରରେ ଏହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । HWPL ହେଉଛି ଅନ୍ତର୍ଜାତୀୟ ଶାନ୍ତି ସଂଗଠନ, ଯାହା ବିଶ୍ୱ ଶାନ୍ତି ଏବଂ ଯୁଦ୍ଧ ବନ୍ଦ କରିବା ଦିଗରେ କାର୍ଯ୍ୟ କରୁଛି । ଏହି ସଂସ୍ଥାର ଚେୟାରମ୍ୟାନ “ଲି” ଏହାକୁ ପ୍ରତିଷ୍ଠା କରିଥିଲେ । ଯିଏକି, କୋରିଆ ଯୁଦ୍ଧର ଜଣେ ଅନୁଭବୀ । ଏହି HWPL ସଂଗଠନର ଶାନ୍ତିକାର୍ଯ୍ୟ ବିଶ୍ୱର ୧୭୦ ଦେଶରେ ପହଞ୍ଚି ସାରିଛି । ଏହି HWPL ମିଳିତ ଜାତିସଙ୍ଘ ସହିତ ମଧ୍ୟ ପଞ୍ଜିକୃତ ହୋଇଛି ଏବଂ ଅନ୍ତର୍ଜାତୀୟ ଶାନ୍ତି ଓ ଯୁଦ୍ଧ ବୀରତି ପାଇଁ କାର୍ଯ୍ୟ କରୁଛି । ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ରମେଶ ଚନ୍ଦ୍ର ବିଷୋୟୀ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ସମାଜସେବୀ ତଥା ସାମ୍ବାଦିକ ସନ୍ତୋଷ କୁମାର ପ୍ରଧାନ ଓ ବଳିୟା ନାୟକ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଓଡିଶା HWPL ସଦସ୍ୟ ତଥା କାର୍ଯ୍ୟକ୍ରମ ପ୍ରଭାରୀ ନାରାୟଣ ମହାନନ୍ଦିଆ, ମିହିର ପରିଛା, ସ୍ମୃତି ପରିଛା, ନିର୍ମଳ ଚୌଧୁରୀ, ଦୀପା ସାଗର, ଜ୍ୟୋତି ସାମୁଏଲ, ଅନିମା ସୂରିନ, ମମତା ଭଗତ, ଆକାଶ ସୋନବର, ଅଭିଷେକ ବିଭାର, କ୍ରୀଷ୍ଟ ହର୍ଷିତା ଭେଙ୍ଗରା ପ୍ରମୁଖ ଏଥିରେ ସହଯୋଗ କରିଥିଲେ ।

Leave A Reply

Your email address will not be published.